ବଲାଙ୍ଗୀର/ ଦେଓଗାଁ: ଆଗକୁ ନିର୍ବାଚନ ମାଡ଼ି ଆସୁଥିବା ବେଳେ ଏବେ ବଲାଙ୍ଗୀର ଜିଲ୍ଲାରେ ନେତାମାନଙ୍କ ଦେବଦେବୀ ଉପରେ ଅଖଣ୍ଡ ବିଶ୍ବାସ ବୃଦ୍ଧି ପାଇବାରେ ଲାଗିଛି। ଯେ କୌଣସି ପୂଜାପାର୍ବଣ ହେଉ ଏବେ ନେତାମାନେ ସେଠାକୁ ବିନା ନିମନ୍ତ୍ରଣରେ ମଧ୍ୟ ଦୌଡ଼ି ଯାଉଛନ୍ତି। ସେଠାକୁ ଗଲେ ମନ୍ଦିର ଦର୍ଶନ ସହିତ କଦଳୀବିକା ମଧ୍ୟ ସୁବିଧାରେ ହୋଇ ଯାଉଥିବାରୁ ଏହି ସୁଯୋଗକୁ ନେତାଏ ହାତଛଡ଼ା କରୁନାହାନ୍ତି। ଏହି ସମୟରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ବହୁ ପାରମ୍ପରିକ ଆଦିବାସୀ ଉତ୍ସବକୁ ମଧ୍ୟ ଏହି ନେତାମାନେ ଯାଇ ସେଠାରେ ଲୋକଙ୍କୁ ଭେଟୁଥିବା ବେଳେ ଦେବୀ ଆବିର୍ଭାବ ହୋଇଥିବା ବରୁଆଙ୍କ ଆଶୀର୍ବାଦ କାମନା କରିବାକୁ ପଛାଉ ନାହାନ୍ତି। ଦେଓଗାଁ ବ୍ଲକ୍ ଧଣ୍ଡାମାଲ ପଞ୍ଚାୟତ ଡଙ୍ଗରପଡ଼ା ଦେଶ୍ଗୁଡ଼ି ଖଳାରେ ଚାଲିଥିବା କାନ୍ଧୁଲ ବୁଢ଼ା ଯାତ୍ରାରେ ହଜାର ହଜାର ଲୋକଙ୍କ ଗହଣରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଗତ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ଥିବା ଅର୍କେଶ ନାରାୟଣ ସିଂହେଦେଓଙ୍କୁ ଦେଖିବାକୁ ମିଳିଥିଲା। ଉଭୟ ନେତାଙ୍କୁ ବରୁଆ ଝଡ଼ାଫୁଙ୍କା କରୁଥିବା ଦୃଶ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
କାନ୍ଦୁଲ ବୁଢ଼ା ଯାତ୍ରାରେ ଯୋଗଦେଲେ ଅର୍କେଶ, ନରସିଂହ
/sambad/media/post_attachments/wp-content/uploads/2023/10/dagdadggddg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)