ଝାରସୁଗୁଡ଼ା: ଝାରସୁଗୁଡ଼ାଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଭିକମପାଲି ଶାଖାରୁ ଡକାୟତି ହୋଇଛି । ଦିନ ପ୍ରାୟ ୨ଟା ସମୟରେ ୩ ଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି ବ୍ୟାଙ୍କ ଭିତରକୁ ବନ୍ଧୁକ ଧରି ପ୍ରବେଶ କରିଥିଲେ।
ଡକାୟତମାନେ କେତେ ଟଙ୍କା ଲୁଟ୍ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଲୋକେ ଆସିଯିବା ଆଶଙ୍କାରେ କେବଳ କ୍ୟାସ୍ କାଉଣ୍ଟରରୁ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଏବେ ଟଙ୍କା ଗଣତି ଜାରି ରହିଥିବା ବେଳେ ପ୍ରାୟ ୧.୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି।
ଡକାୟତି କରିବା ପରେ ଛତିଶଗଡ଼ ସୀମାନ୍ତ ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଥିବା ପୁଲିସ ଆଶଙ୍କା କରୁଛି।
ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଓ ରେଙ୍ଗାଲି ପୁଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି। ପ୍ରାଥମିକ ସ୍ଥିତିରେ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ପୁଲିସ ପକ୍ଷରୁ ସିଲ୍ କରାଯାଇଛି।
Jharsuguda | Crime