ତୁଳସୀ ପାହାଡ଼ରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସ୍‌କୁ ଆଜି ପୁଣି ବଡ଼ ସଫଳତା ମିଳିଛି। ମାଲକାନଗିରି ସୀମାକୁ ଲାଗି ରହିଥିବା ଦଣ୍ଡିପଦର, କେରମିଟି, ଚେରକୋଟାଲ, ଚାନ୍ଦାମେଟା ଅଂଚଳରେ ପୁଲିସ୍‌ର କମ୍ବିଂ ଅପରେସନ୍‌ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ସୂଚନା ଅନୁଯାୟୀ, ଏହି ଅଂଚଳରେ ନକ୍ସଲ କ୍ୟାମ୍ପ କରି ରହିଥିଲେ। କ୍ୟାମ୍ପ୍‌ ଠାରୁ ଅଳ୍ପଦୂରରେ ମୁତୟନ ହୋଇଥିବା ନକ୍ସଲ ସେଣ୍ଟ୍ରି ଦୂରରୁ ଯବାନଙ୍କୁ ଦେଖିବା ପରେ ସେଠାରୁ ତୁରନ୍ତ କ୍ୟାମ୍ପରେ ପହଞ୍ଚି ନକ୍ସଲଙ୍କୁ ସାବଧାନ କରିଥିଲା। ଯାହାଫଳରେ ସମସ୍ତ ନକ୍ସଲ କ୍ୟାମ୍ପ ଛାଡ଼ି ଦୌଡି ପଳାଇବାରେ ସକ୍ଷମ ହୋଇଥିଲେ। ଏହାପରେ ପୁଲିସ କ୍ୟାମ୍ପରେ ପହଞ୍ଚି ଧ୍ବଂସ କରିବା ସହ ନକ୍ସଲଙ୍କ ଦ୍ବାରା ଛଡ଼ାଯାଇଥିବା ବନ୍ଧୁକ, ବିସ୍ଫୋରକ ସହ ଦୈନନ୍ଦିନ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର