ସେନା ହେଲିକାପ୍ଟରର ଜରୁରୀ ଅବତରଣ

ଜୟପୁର : ଭୁବନେଶ୍ୱରରୁ କୋରାପୁଟକୁ ଆସୁଥିବା ଭାରତୀୟ ସେନାର ଗୋଟିଏ ହେଲିକାପ୍ଟର ଆଜି ଜୟପୁର ବିମାନ ବନ୍ଦରରେ ଜରୁରୀ କାଳୀନ ଅବତରଣ କରିଛି। ପ୍ରବଳ ବର୍ଷା ଓ ପାଗ ଖରାପ ହେତୁ ଆଜି ସେନାର ଭିଟି-ଏଚଏକ୍ୟୁ ୧୮ଆସନ ବିଶିଷ୍ଟ ହେଲିକାପ୍ଟର ଅବତରଣ କରିଥିବା ଜଣାପଡିଛି। ଏଥିରେ ୨ଜଣ ସେନା ଅଧିକାରୀଙ୍କ ସହ ଦୁଇଣ ପାଇଲଟ ରହିଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ଏହି ବିମାନଟି ଜରୁରୀ ଅବତରଣ କରିଥିବା ବେଳେ ଘଣ୍ଟାଏ ରହିବା ପରେ ପୁଣି ବିମାନଟି କୋରାପୁଟ ଅଭିମୁଖେ ଯାଇଥିଲା। କୋରାପୁଟରୁ କିଛି ବରିଷ୍ଠ ଅଧିକାରୀଙ୍କୁ ଭୁବନେଶ୍ୱରକୁ ନେବାକୁ ଆସିଥିବା ଏହି ବିମାନ ହଠାତ ଜରୁରୀ ଅବତରଣ କରିବା ଓ ଏଥିପ୍ରତି ପ୍ରଶାସନ ସଜାଗ ନ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର