ଭୁବନେଶ୍ୱର: ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀ ଗିରଫ ହୋଇଥିବା ଜଣାଯାଇଛି। ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳର ଆର୍ମି ମେଜର ସୌମ୍ୟ ରଞ୍ଜନ ପତି।  ପତ୍ନୀଙ୍କ ଅଭିଯୋଗକ୍ରମେ ଗତକାଲି ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ସେଥିପାଇଁ ବିଳମ୍ବିତ ରାତିରେ କୋର୍ଟ ଖୋଲିବା ସହ ସେଠାରେ ଗହଳ ଚହଳ ଲାଗି ରହିଥିଲା। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ସହ ଯୌତୁକ ନିର୍ଯାତନା ଦଫା ମଧ୍ୟ ଲାଗିଛି।

Advertisment

publive-image image source-Sabrang India

‎ଅଭିଯୁକ୍ତ ମେଜର ଦୀର୍ଘ ଦିନ ହେବ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ରହିଥିଲା। ବାପ ଘରୁ ଲକ୍ଷାଧିକ ଟଙ୍କା ଆଣିବା ପାଇଁ ଧମକ ଦେଉଥିଲେ। ମାଡ଼ ମାରିବା ସହ ଗୁଳି କରି ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏ ନେଇ ଆପୋଷ ବୁଝାମଣା ହୋଇଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ୪ଦିନ ତଳେ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତାଙ୍କୁ ନୋଟିସ କରିଥିଲା। ହେଲେ ସେ ନୋଟିସର ଉତ୍ତର ଦେଇନଥିଲେ। ଏଣୁ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୪୯୮(ଏ), ୩୪, ୩୨୩, ୩୨୬, ୩୦୭, ୧୨୦(ବି) ଏବଂ ଡିପି ଆଇନର ଧାରା ୪ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଭୁବନେଶ୍ୱର ସବ-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସଡିଜେଏମ) କୋର୍ଟରେ ମଧ୍ୟରାତ୍ରିରେ ଶୁଣାଣି ଅନୁଷ୍ଠିତ ହୋଇଥିଲା । ପତ୍ନୀଙ୍କୁ ନିର୍ଯାତନା ମାମଲାରେ ଅଭିଯୁକ୍ତ ଆର୍ମି ମେଜର ସୌମ୍ୟ ରଞ୍ଜନ ପତିଙ୍କୁ ସେନା ହେପାଜତରେ ରଖାଯିବାକୁ ବିଚାରପତି ନିର୍ଦେଶ ଦେଇଥିଲେ।