ଲକଡାଉନ ୪.୦: ‘ଆରୋଗ୍ୟ ସେତୁ’ ଆପକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର

ଭୁବନେଶ୍ୱର: ଗତକାଲି କେନ୍ଦ୍ର ସରକାର ଲକଡାଉନର ଅବଧିକୁ ଚତୁର୍ଥ ପର୍ଯ୍ୟାୟରେ ଆଉ ୧୪ଦିନ ପାଇଁ ବଢାଇଦେବା ସହ ମେ ୩୧ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ଘୋଷଣା କରିଥିଲେ | ଏହା ସହ ରାଜ୍ୟ ସରକାରମାନଙ୍କୁ ନିଜ ନିଜ ରାଜ୍ୟ ପାଇଁ ଲକ୍‌ଡାଉନ୍‌ ନିୟମ ତିଆରି କରିବାର ଦାୟିତ୍ୱ ଦେଇଥିଲେ କେନ୍ଦ୍ର ସରକାର | ଆଜି କେନ୍ଦ୍ରର ଆଦେଶ ମାନି ଓଡିଶା ସରକାର ଲକଡାଉନ ୪.୦ ପାଇଁ ନିୟମାବଳୀ ଜାରି କରିଛନ୍ତି | କିଛି ନୂଆ ନିୟମ ସହ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହେବା ସହ ଏହି ପର୍ଯାୟରେ ଆରୋଗ୍ୟ ସେତୁ ଆପକୁ ବାଧ୍ୟତାମୂଳକ କରିଛନ୍ତି ଓଡିଶା ସରକାର |

आरोग्य सेतु मित्र: 'आरोग्य सेतु ...
Economic Times

ଆରୋଗ୍ୟ ସେତୁ ଆପର ଫାଇଦା ଦେଖିବା ପରେ ସରକାରୀ ଅଫିସ ଆସୁଥିବା ସମସ୍ତ କର୍ମଚାରୀଙ୍କୁ ନିଜ ଫୋନରେ ଏହି ଆପକୁ ଇନଷ୍ଟଲ କରିବାକୁ କୁହାଯାଇଛି | ସେହିପରି କମ୍ପାନିର କର୍ମଚାରୀମାନେ ଆପ ଇନଷ୍ଟଲ କରିଛନ୍ତି କି ନାହିଁ ସେ ନେଇ କମ୍ପାନିର ମାଲିକମାନଙ୍କୁ ସୁନିଶ୍ଚିତ କରିବାକୁ କୁହାଯାଇଛି | ଘରୁ ବାହାରିବା ପୂର୍ବରୁ ଏହି ଆପରେ ନିଜର ହେଲଥ ଷ୍ଟାଟସ ଦେଖି କର୍ମଚାରୀମାନଙ୍କୁ ଅଫିସ ଆସିବା ପାଇଁ କୁହାଯାଇଛି, ଯାହାଦ୍ୱାରା ସମୟ ପୂର୍ବରୁ ସେମାନଙ୍କର ଚିକିତ୍ସା ହୋଇପାରିବା ସହ ସେମାନେ ଅନ୍ୟ କାହାକୁ ସଂକ୍ରମିତ କରିବାର ଆଶଙ୍କା ମଧ୍ୟ ରହିବ ନାହିଁ |

ସମ୍ବନ୍ଧିତ ଖବର