ଅନ୍ୟ ରାଜ୍ୟରେ ଏବେ ପ୍ରାୟ ୧ ଲକ୍ଷ ଓଡ଼ିଆ ଫସିଛନ୍ତି: ମୁଖ୍ୟ ସଚିବ

ଭୁବନେଶ୍ୱର: କରୋନା ଭାଇରସ ବ୍ୟାପିବା ଓ ତାଲାବନ୍ଦ ହେବା ପରେ ଅନ୍ୟ ରାଜ୍ୟରେ ଏବେ ପ୍ରାୟ ୧ ଲକ୍ଷ ଓଡ଼ିଆ ଫସିଛନ୍ତି । ସେମାନଙ୍କୁ ଅଣାଯିବା ପାଇଁ ଓଡ଼ିଶା ସରକାର ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି କେନ୍ଦ୍ର ସରକାର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଆସିବା ବାରଣ କରିଛନ୍ତି । ଶ୍ରମିକଙ୍କ ରହଣି, ଖାଦ୍ୟପେୟ ଓ ସ୍ବାସ୍ଥ୍ୟ ପରୀକ୍ଷା  ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାର ବାହାରେ ଫସିଥିବା ଓଡ଼ିଆଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି । ସେଥିପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟ ସହ ଯୋଗାଯୋଗ କରୁଛନ୍ତି ।

ସୂଚନାଯୋଗ୍ୟ, ବାହାର ରାଜ୍ୟରେ ଥିବା ଓଡ଼ିଆ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି । ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ପ୍ରବାସୀ ଓଡ଼ିଆମାନେ ନିଜ ଅଞ୍ଚଳର ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିପାରିବେ । ସମସ୍ୟାରେ ଥିଲେ ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରି ସମାଧାନର ରାସ୍ତା ପାଇପାରିବେ ।

କିଏ କେଉଁ ରାଜ୍ୟ ପାଇଁ ନୋଡାଲ ଅଫିସର ଜାଣନ୍ତୁ

ତେଲେଙ୍ଗାନା: ୟେଦୁଲା ବିଜୟ-୦୬୭୪-୨୩୨୩୦୬୮
ଆନ୍ଧ୍ରପ୍ରଦେଶ: ବି. ପରମେଶ୍ୱରନ-୦୬୭୪-୨୩୯୩୨୭୫
ତାମିଲନାଡୁ: ଚିତ୍ରା ଅରୁମୁଗମ-୦୬୭୪-୨୫୩୬୬୩୧
ପଶ୍ଚିମବଙ୍ଗ: ଶ୍ରୀଭାସ୍କର ଜ୍ୟୋତି ଶର୍ମା-୦୬୭୪-୨୩୯୦୧୧୬
ଗୁଜୁରାଟ: ଜୱାଲେ ନୀତିନ ଭାନୁଦାସ-୦୬୭୪-୨୫୪୩୪୬୧
ବିହାର ଓ ଝାଡ଼ଖଣ୍ଡ: ସାଦିକ ଆଲାମ-୦୬୭୪-୨୫୭୩୩୧୦
ମହାରାଷ୍ଟ୍ର: ରାଜେଶ ପ୍ରଭାକର ପାଟିଲ-୦୬୭୪-୨୩୯୨୯୦୬
କେରଳ: ଏମ ମୁଥୁକୁମାର-୦୬୭୪-୨୩୯୫୫୩୨
ନୂଆଦିଲ୍ଲୀ/ଏନସିଆର: ସଂଜୀବ ମିଶ୍ର-୦୬୭୪-୨୩୦୧୮୪୮୮
ଅନ୍ୟ ରାଜ୍ୟ ପାଇଁ: ଅମିତାଭ ଠାକୁର- ୦୬୭୪-୨୫୩୩୨୩୦

ସମ୍ବନ୍ଧିତ ଖବର