ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଶୁଭମନାସି ରାଜ୍ୟର ସବୁ ଜିଲ୍ଲାର ପ୍ରତି ଗାଁରେ ଜୟ ଜଗନ୍ନାଥ ଅର୍ପଣ ରଥ ଗଡ଼ିଥିଲା। ଏହି ଅବସରରେ ଗାଁର ପ୍ରତି ଘରୁ ଗୁଆ ଓ ଅକ୍ଷତ(ଅରୁଆ ଚାଉଳ) ସହ ନଡ଼ିଆ ସଂଗ୍ରହ କରାଯାଇଥିଲା। ଏହି ଗୁଆ, ଅକ୍ଷତ ଓ ନଡ଼ିଆ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ପ୍ରଥମ ଦିନରେ ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ସଂଗୃହୀତ ଗୁଆ, ଅକ୍ଷତ ଓ ନଡ଼ିଆ ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ସଂଗୃହୀତ ଚାଉଳ ପ୍ରାୟ ୨୮୦ କ୍ବିଣ୍ଟାଲ ହେବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି। ଶ୍ରୀ ସାହୁ କହିଛନ୍ତି, ଆଜି ସକାଳେ ଦେବଗଡ଼ ଜିଲ୍ଲାର ସବୁ ବ୍ଲକ୍ରୁ ଟ୍ରକ୍ରେ ସଂଗୃହୀତ ଚାଉଳ, ଗୁଆ ଓ ନଡ଼ିଆ ପୁରୀରେ ପହଞ୍ଚିଥିଲା। ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ସବୁ ବ୍ଲକ୍ରୁ ଚାଉଳ, ଗୁଆ ଓ ନଡ଼ିଆ ଆସି ପହଞ୍ଚିଥିଲା। ଏହି ଚାଉଳ, ଗୁଆ ଓ ନଡ଼ିଆକୁ ସୁରକ୍ଷିତ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗଚ୍ଛିତ ରଖାଯାଇଛି। ଏହା ନଷ୍ଟ ନ ହେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାରୁ ଗୁଆ, ଅକ୍ଷତ ଓ ନଡ଼ିଆ ଆସିବ। ଏହାକୁ ବି ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂରକ୍ଷିତ ରଖାଯିବ। ଆସନ୍ତା ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ସମସ୍ତ ଗୁଆ, ନଡ଼ିଆ, ଅକ୍ଷତ ସଂଗ୍ରହ ହେବା ପରେ ଏହାକୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯିବ। ଶ୍ରୀ ସାହୁ କହିଛନ୍ତି, ସଂଗୃହୀତ ଚାଉଳ ଶତ ପ୍ରତିଶତ ଅରୁଆ ଚାଉଳ। ଯାଞ୍ଚ ପରେ ଏହା ଜଣାପଡ଼ିଛି। ସୂଚନାଯୋଗ୍ୟ, ସଂଗୃହୀତ ଚାଉଳ ଓ ନଡ଼ିଆ ସୁଆର ମହାସୁଆର ନିଯୋଗକୁ ଦିଆଯିବ। ଏଥିରୁ ନିଯୋଗ ଖେଚେଡ଼ି ପ୍ରସ୍ତୁତ କରିବ। ଏହା ଭକ୍ତଙ୍କୁ ବଣ୍ଟାଯିବ। ବାକି ଚାଉଳରୁ ପିଠା, ମୁରୁଜ ଆଦି ପ୍ରସ୍ତୁତ କରିବ। ସଂଗୃହୀତ ଗୁଆ ମହାପ୍ରଭୁଙ୍କ ବିଡ଼ିଆ ପାନ ପାଇଁ ବ୍ୟବହାର କରାଯିବ।
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଅର୍ପଣ ରଥ ଗୁଆ, ଚାଉଳ
/sambad/media/post_attachments/wp-content/uploads/2024/01/djgjjgjggjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)