ଅର୍ପିତା ହେଲେ ଲିଟିଲ୍‌ ମିସ୍‌ ଗାଲାକ୍ସି ଓ୍ଵାର୍ଲଡ୍‌

ସମ୍ବଲପୁର : ସମ୍ବଲପୁର ସେଣ୍ଟ ଯୋସେଫ କନ୍‌ଭେଣ୍ଟ ସ୍କୁଲ୍‌ର ସପ୍ତମ ଶ୍ରେଣୀ ଛାତ୍ରୀ ଅର୍ପିତା ବେହେରା ‘ଲିଟିଲ ମିସ୍‌ ଗାଲାକ୍ସି ଓ୍ଵାର୍ଲଡ୍‌ ୨୦୧୮’ ବିବେଚିତ ହୋଇଛନ୍ତି। ବୁଲଗାରିଆରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ଶିଶୁ ପ୍ରତିଭା ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ଲିଟିଲ୍‌ ମିସ୍‌ ଆଣ୍ଡ ମାଷ୍ଟର୍‌ ଗାଲାକ୍ସି ଓ୍ଵାର୍ଲଡ୍‌ ୨୦୧୮’ରେ ବିଶ୍ୱର ବହୁ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ପିତା ୧୨ରୁ ୧୪ ବର୍ଷ ବାଳିକା ବର୍ଗରେ ବିଜୟ ମୁକୁଟ ପିନ୍ଧିଛନ୍ତି। ସେ ୨୦୧୨ରେ ଲିଟିଲ୍‌ ମିସ୍‌ ସମ୍ବଲପୁର ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର