ବରଗଡ଼ : ପଦ୍ମପୁର ଉପନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାକୁ ପ୍ରଶାସନିକ କସରତ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏନେଇ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ ସାହୁ ପରିଚାଳନା କରିଥିଲେ। ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ବିଡିଓ, ତହସିଲଦାର ଓ ବିଇଓମାନେ ପ୍ରଶିକ୍ଷଣ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, କୃତ୍ତିବାସ ରାଉତ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୮ଟି ହୋର୍ଡିଂ ହଟା ଯାଇଛି। ଅବକାରୀ ବିଭାଗ ତରଫରୁ ୮୧୬ ଲିଟର ମଦ ଓ ୨୦୧୦ କିଲୋ ପୋଚ ନଷ୍ଟ କରାଯାଇଛି। ଯାହାର ପାଖାପାଖି ମୂଲ୍ୟ ୨.୭୨ଲକ୍ଷ ଟଙ୍କା ହେବ। ମୋଟ୍ ୮ଜଣଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/baragarh-eee.jpg)