ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଶାସନପଲ୍ଲୀ ଗ୍ରାମରେ ଗତ ୨୦ ଦିନ ହେଲା ଗୁଣିଗାରେଡିକୁ ନେଇ ଉତ୍ତେଜନା ଲାଗି ରହିଛି। ସାଧାରଣ ଜୀବନଯାତ୍ରା ଅଚଳ। ଏହା ମଧ୍ୟରେ ପୁଲିସ ହସ୍ତକ୍ଷେପ କରି ଗାଁ କମିଟି ଗଠନ କରି ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ଚଳାଇଛି। ସେପଟେ ଗାଁକୁ ପୁଣି ନୟାଗଡ଼ରୁ ଗୁଣିଆ ଦଳ ଆସି ଅର୍ଧ ରାତ୍ରିରେ ପୂଜାର୍ଚ୍ଚନା କରିବା, ଗାଁକୁ ବନ୍ଧନ ମୁକ୍ତ କରିବା ନାଁରେ ଓ ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବାକୁ ଛେଳି ବୋଦା ପକାଇବା ଖବର ପାଇ ପୁଲିସ କାଲି ରାତିରେ ପହଞ୍ଚିଲା ବେଳକୁ ମାରୁତି ଭ୍ୟାନ୍ରେ ଆସିଥିବା ୪ ଜଣିଆ ଗୁଣିଆ ଦଳ ନୟାଗଡ଼ ଜିଲ୍ଲାର ରବିନ୍ଦ୍ର ମଲ୍ଲିକ (୪୦), ଜିତେନ୍ଦ୍ର ମଲ୍ଲିକ (୨୦), ବାସୁଦେବ ବେହେରା (୩୨) ଏବଂ ବାନାମ୍ବର ମଲ୍ଲିକ (କଇଥଗାଡ଼ିଆ, ୩୦) ଚମ୍ପଟ ମାରି ସାରିଥିଲେ। ପୁଲିସ ପିଛା କରି ନୟାଗଡ଼ ରାସ୍ତାରୁ ଚାରି ଗୁଣିଆ ଓ ଭ୍ୟାନ୍ ଡ୍ରାଇଭର ରମ୍ଭା ଅଞ୍ଚଳର ଏମ.ତାରିଣୀ ରେଡ୍ଡୀଙ୍କୁ ଧରିଥିଲା। ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ନଗଦ ୬୪ହଜାର ୭ଶହ ଟଙ୍କା ସମେତ ଗୁଣିବିଦ୍ୟା ପାଇଁ ବ୍ୟବହୃତ ହରିଣ ହାଡ଼, ଶାଗୁଣା ହାଡ଼, କିଛି ନଥିପତ୍ର, ଜଡିବୁଟି ଏବଂ ମାରୁତି ଓମ୍ନି ଭ୍ୟାନ୍ ଜବତ କରାଯାଇଛି। କେଉଁ ମାନେ ଗୁଣିଆଙ୍କୁ ଗାଁକୁ ଡ଼ାକିଥିଲେ ଏସଂକ୍ରାନ୍ତ ସମସ୍ତ ସୂରାକ୍ ପୁଲିସ ହାତକୁ ଲାଗିଥିବା ଜଣାପଡ଼ିଛି। ଶାସନପଲ୍ଲୀ ଗ୍ରାମରେ ଗତ ଦୁଇ ବର୍ଷ ହେଲା ୧୫ରୁ ୨୦ଜଣଙ୍କ ସନ୍ଦେହଜନକ ଭାବେ ଅକାଳ ମୃତ୍ୟୁ ଘଟଣାକୁ ଗୁଣିଗାରେଡି ବୋଲି ଗ୍ରାମବାସୀ ସନ୍ଦେହ କରି ଗତ ୯ ତାରିଖରୁ ନୟାଗଡ଼ରୁ ଗୁଣିଆ ଡ଼ାକି ଖଟବିଦ୍ୟା ପ୍ରୟୋଗ ଆରମ୍ଭ କରିଥିଲେ।
ଗାଁରେ ଉତ୍ତେଜନା, ୪ ଗୁଣିଆ ଗିରଫ
ଶାସନପଲ୍ଳୀରେ ଗୁଣିଗାରେଡ଼ି!
/sambad/media/post_attachments/wp-content/uploads/2017/10/magic-altar-300x225.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)