କବାଟବନ୍ଧ: ଜେନାପୁର ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତ ଆଜି ଥାନା ପାଇଖାନାରୁ ଫିନାଇଲ ପିଇ ଅସୁସ୍ଥ ହୋଇଛି। ପୁଲିସ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଉଛି।
ସୂଚନା ମୁତାବକ ଜେନାପୁର ଥାନା ମର୍ଜିତାପୁର ଗ୍ରାମର ସ୍ବର୍ଗତ ସୁଦର୍ଶନ ରାଉତଙ୍କ ପୁଅ ଚନ୍ଦନ ଓରଫ ଷେଣ୍ଢ (୨୨) ଜଣେ ନବମ ଶ୍ରେଣୀର ନାବାଳିକାକୁ ଗତ ୪ ଦିନ ପୂର୍ବେ ଅପହରଣ କରି ନେଇଥିଲା। ଏ ସଂପର୍କରେ ନାବାଳିକାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଜେନାପୁର ପୁଲିସ ରବିବାର ଚନ୍ଦନକୁ ଥାନାକୁ ଆଣି ଅଟକ ରଖିଥିଲେ। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଚନ୍ଦନ ପାଇଖାନା ଯାଉଛି କହି ସେଠାରେ ଥିବା ଫିନାଇଲ ପିଇ ଦେଇଥିଲା। ଏ ନେଇ ଜେନାପୁର ଥାନା ଆଇଆଇସି ଉମାକାନ୍ତ ନାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/9-15.jpg)