ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ସମ୍ପର୍କରେ ଗୃହକୁ ଅବଗତ କଲେ ବାଚସ୍ପତି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେଵଙ୍କ ଗିରଫଦାରୀ ସମ୍ପର୍କରେ ବାଚସ୍ପତି ଗୃହକୁ ଅବଗତ କରିଛନ୍ତି। ସେ କହିଛନ୍ତି ଯେ, ପୁଲିସ ବିଭାଗ ତାଙ୍କୁ ଗିରଫ କରିଥିବା ବିଧାନସଭାକୁ ଜଣାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ସାଧାରଣ ଜନତାଙ୍କଠୁ ନେଇ ପୁଲିସ କର୍ମଚାରୀ ଓ ବିଜେପି କର୍ମୀମାନଙ୍କ ଉପରେ ଗାଡ଼ି ଚଢାଇବା ଭଳି ଜଘନ୍ୟ କାଣ୍ଡ କରିଥିଲେ ପ୍ରଶାନ୍ତ । ସେପଟେ ପ୍ରଶାନ୍ତକୁ ଗିରଫ ପରେ ପୁଲିସ କେବେ ବିଧାନସଭାକୁ ଅବଗତ କରାଇଥିଲା ବୋଲି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗିରଫଦାରୀର ତାରିଖ ନେଇ ସ୍ପଷ୍ଟୀକରଣ ମାଗିବା ସହିତ ଦଳରୁ ନିଲମ୍ବନ କରାଯାଇଥିବା ନେଇ ବିଧାନସଭାକୁ ଅବଗତ କରାଯାଇଛି କି ବୋଲି ପ୍ରଶ୍ନ କଲେ ନରସିଂହ । ପ୍ରଶ୍ନର ଉତ୍ତରରେ ବାଚସ୍ପତି କହିଛନ୍ତି ଯେ, ପ୍ରଶାନ୍ତ ଜଗଦ୍ଦେଵ ବିଜେଡିରୁ ନିଲମ୍ବନ ହୋଇଥିବା ନେଇ ବିଧାନସଭାକୁ କେହି ବି ଅବଗତ କରି ନାହାନ୍ତି ।

ସମ୍ବନ୍ଧିତ ଖବର