କଟକରେ କୋକୁଆ ଭୟ ସୃଷ୍ଟି କରିଥିବା ସାଇକୋ କିଲର ନାରାୟଣ ଗିରଫ; ପୂର୍ବରୁ ବି ଏଭଳି କାଣ୍ଡ ଘଟାଇଥିବା ସୂଚନା

କଟକ: ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସାଇକୋକିଲରକୁ ପୁଲିସ ସୋମବାର ଗିରଫ କରିଛି। ହତ୍ୟାକାରୀର ନାମ ନାରାୟଣ ସାହୁ ଓ ଘର ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବୋଲି କଟକ ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କଟକରେ ତିନିଟି ହତ୍ୟାକାଣ୍ଡ ଘଟାଇବା ପରେ ନାରାୟଣ ସାହୁ କଟକ ଛାଡ଼ି ଚାଲିଯାଇଥିଲା। ସିସିଟିଭି ଫୁଟେଜ ଓ ଫରେନ୍‌ସିକ୍‌ ରିପୋର୍ଟ ଆଧାରରେ ହତ୍ୟାକାରୀ ନାରାୟଣକୁ ଚିହ୍ନଟ କରାଯାଇଥିଲା। ପୁଲିସ ଏହି ସିରିଆଲ୍‌ କିଲରକୁ ନୟାଗଡ଼ରୁ ଗିରଫ କରିଛି। ତେବେ ସେ ସାଇକୋକିଲର କି ନାହିଁ ତାହା ସ୍ପଷ୍ଟ ପାଇଁ ତଦନ୍ତ ଚାଲିଥିଲା ବେଳେ ନାରାୟଣ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ସ୍ପଷ୍ଟ ହୋଇଛି।

ସିଲଭର୍‌ ସିଟି କଟକରେ ତିନି ତିନି ଜଣଙ୍କୁ  ହତ୍ୟା କରି ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଏହି ହତ୍ୟାକାରୀକୁ  ଗତ ୨୪ ତାରିଖରୁ ପୁଲିସ୍‌ ଖୋଜୁଥିଲା। ନାରାୟଣକୁ ଧରିବା ପାଇଁ ଦିନ ରାତି ପାଟ୍ରୋଲିଙ୍ଗ କରିବା ସହ ୫ଟି ଟିମ୍‌  ଗଠନ କରି ପୁଲିସ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ୍‌ ଜାରି ରଖିଥିଲା । କେବଳ ଏତିକି ନୁହେଁ, ନାରାୟଣ ସାହୁ ପୂର୍ବରୁ  ନୟାଗଡ଼ ଓ ଗଞ୍ଜାମରେ ବି ହତ୍ୟାକାଣ୍ଡ କରିଥିବା ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର