ପୁଲିସ ବିଭାଗର ସ୍ବତନ୍ତ୍ର ଅଭିଯାନ : ୧୯ ଦିନରେ ଗିରଫ ହେଲେ ୫ ହଜାର ୱାରେଣ୍ଟି

କଟକ : ରାଜ୍ୟରେ ମାତ୍ର ୧୯ ଦିନରେ ମୋଟ ୫ ହଜାର ୧୨୧ ଜଣଙ୍କୁ ଏନ୍‌ବିଡବ୍ଲୁ ବଳରେ ଗିରଫ କରାଯାଇଛି। ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କୁ ଗିରଫ କରିବାକୁ ଵାରେଣ୍ଟ ଜାରି କରାଯାଇଥିଲା। ଵାରେଣ୍ଟ ବଳରେ ଜିଲ୍ଲା ଭିତ୍ତିରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ କରିବାରେ ଗ˚ଜାମ ଜିଲ୍ଲା ଆଗୁଆ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ୨୦୨୦ ଜାନୁଆରି ୨୭ରୁ ଫେବ୍ରୁଆରି ୪ ତାରିଖ ମଧ୍ୟରେ ଜିଲ୍ଲାଵାରି ଜାମିନ୍‌ବିହୀନ ଗିରଫ ପରଵାନା କାର୍ଯ୍ୟକାରୀ କରାଯାଇଛି। ଏହି ସମୟରେ ମୋଟ ୫ ହଜାର ୧୨୧ଟି ଜାମିନ୍‌ବିହୀନ ପରଵାନା କାର୍ଯ୍ୟକାରୀ ହୋଇଛି। ବର୍ଷ ୨୦୧୯ରେ ମୋଟ ୧୬ ହଜାର ୪୯୯ଟି ଜାମିନ ବିହୀନ ପରଵାନା କାର୍ଯ୍ୟକାରୀ ହୋଇଥିଲା। ଏହି ସ୍ବତନ୍ତ୍ର ଅଭିଯାନ ଫଳରେ କାର୍ଯ୍ୟକାରୀ ହୋଇନଥିବା ଜାମିନ୍‌ବିହୀନ ପରଵାନା ସ˚ଖ୍ୟାରେ ୨୦ ପ୍ରତିଶତ ହ୍ରାସ ପାଇଛି। ସ୍ବତନ୍ତ୍ର ଅଭିଯାନର ଆରମ୍ଭରେ କାର୍ଯ୍ୟକାରୀ ହୋଇନଥିବା ଏନ୍‌ବିଡବ୍ଲ୍ୟୁର ସ˚ଖ୍ୟା ଥିଲା ୩୯ ହଜାର ୨୫୪। ଅଭିଯାନ ସମୟରେ ଆହୁରି ୧୬ ଶହ ୮୫ଟି ନୂଆ ପରଵାନା ଗ୍ରହଣ କରାଯାଇଥିଲା। ଏହି ସ୍ବତନ୍ତ୍ର ଅଭିଯାନ ସମୟରେ ୫ ହଜାର ୧୨୧ଟି ପରଵାନା କାର୍ଯ୍ୟକାରୀ ହୋଇଥିବା ବେଳେ ୪ ହଜାର ୩୩୩ଟି ଏନବିଡବ୍ଲ୍ୟୁର ଅନ୍ୟ ଉପାୟରେ ସମାଧାନ କରାଯାଇଛି। ସ୍ବତନ୍ତ୍ର ଅଭିଯାନ ଶେଷ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବା ଏନ୍‌ବିଡବ୍ଲ୍ୟୁର ସ˚ଖ୍ୟା ୩୧ ହଜାର ୪୮୨କୁ ଖସିଯାଇଛି। ଏହି ସ୍ବତନ୍ତ୍ର ଅଭିଯାନ ସମୟରେ ଗଞ୍ଜାମ ଜିଲ୍ଲା ପୁଲିସ ସବୁଠାରୁ ଅଧିକ ୭୩୩ଟି ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ କରିଥିବା ବେଳେ କୋରାପୁଟ ଜିଲ୍ଲାରେ ୪୧୭ଟି, ଖୋର୍ଧା ଜିଲ୍ଲାରେ ୩୫୫ଟି ଏନବିଡବ୍ଲୁ କାର୍ଯ୍ୟକାରୀ ହୋଇଛି। ସେହିପରି କଟକ ସମେତ କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୨୦୦ରୁ ଅଧିକ ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ ହୋଇଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଗଞ୍ଜାମ, କୋରାପୁଟ ଓ ଖୋର୍ଧା ଜିଲ୍ଲାର ଏସ୍‌ପି ଓ କେନ୍ଦ୍ରାଞ୍ଚଳ ପୁଲିସ ରେଞ୍ଜର ଡିଆଇଜିଙ୍କୁ ପୁଲିସ ଡିଜି ପ୍ରଶ˚ସାପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର