ଦେବଗଡ଼ : ରେଙ୍ଗାଳୀ ନଦୀ ବନ୍ଧ ଯୋଜନାରେ ଜୈନକ ବିସ୍ଥାପିତଙ୍କ କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗରେ ବାରକୋଟ ପୁଲିସ୍ ରବିବାର ବରିଷ୍ଠ ଓକିଲ ବିଜୟ ପ୍ରଧାନଙ୍କୁ ଗିରଫ କରିଛି। ସେ ଫେରାର୍ ହୋଇ ଯାଉଥିବା ବେଳେ ପୁଲିସ୍ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ବେଲମୁଣ୍ଡା ଗାଁ ନିକଟରୁ ଗିରଫ କରିଥିଲା। ସୂଚନାଥାଉ କି ଗତ ବାରକୋଟ ଥାନା ଅନ୍ତର୍ଗତ ରଘୁନାଥପାଲି ଗାଁ ନିବାସୀ ରେଙ୍ଗାଲି ନଦୀ ବନ୍ଧ ବାସଚ୍ୟୁତ କୃପାସିନ୍ଧୁ ପ୍ରଧାନ ତାଙ୍କୁ ମିଳିଥିବା କ୍ଷତିପୂରଣ ରାଶି ବାବଦ ୧୫ ଲକ୍ଷ ୪୮ ହଜାର ୩୧୯ ଟଙ୍କା ଚଞ୍ଚକତା କରି ଓକିଲ ଶ୍ରୀ ପ୍ରଧାନ ହଡ଼ପ କରିଥିବା ନେଇ ଗତ ୧୫ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ କରୁଥିଲା। ତେବେ ସମ୍ଭାବ୍ୟ ଗିରଫଦାରୀ ଆଶଙ୍କା କରି ରବିବାର ଓକିଲ ଶ୍ରୀ ପ୍ରଧାନ କାର୍ ନେଇ କଟକ ବାହାରି ଯାଇଥିଲେ। ମାତ୍ର ଏ ନେଇ ସୂଚନା ପାଇ ବାରକୋଟ ପୁଲିସ୍ ତାଙ୍କୁ ପିଛା କରିଥିଲା। ତେଣେ ବାରକୋଟ ପୁଲିସ୍ ଠାରୁ ସୂଚନା ପାଇ କୁଣ୍ଢେଇଗୋଳା ପୁଲିସ୍ ବି ଉକ୍ତ ରାସ୍ତାରେ ଜଗି ରହିଥିଲା। ତେବେ ଶ୍ରୀ ପ୍ରଧାନଙ୍କ କାର୍ ବେଲମୁଣ୍ଡା ଗାଁରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଖଇରିପାଲି ଫାଣ୍ଡି ପୁଲିସ୍ ତାଙ୍କୁ ଅଟକାଇଥିଲା। କିଛି ସମୟ ପରେ ପିଛା କରୁଥିବାର ବାରକୋଟ ପୁଲିସ୍ କାର ସହ ଓକିଲ ଶ୍ରୀ ପ୍ରଧାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଦେବଗଡ଼ ଏସ୍ପି ବି. ଗଙ୍ଗାଧର ଥାନାରେ ପଂହଚି ଘଟଣା ସଂପର୍କରେ ଅଧିକ ପଚାରା ଉଚରା କରିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ସନ୍ଧ୍ୟାରେ ଏସ୍ଡିପିଓ ସୁଲେମାନ୍ ଏକ୍କା ସଦଳବଳେ ଶ୍ରୀ ପ୍ରଧାନଙ୍କ କଚେରି ସାହି ସ୍ଥିତ ବାସ ଭବନରେ ଚଢ଼ଉ କରି ମାମଲା ସଂପର୍କିତ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ଶ୍ରୀ ଗଙ୍ଗାଧର ସୂଚନା ଦେଇଛନ୍ତି।
ଫେରାର ବେଳେ ଅଭିଯୁକ୍ତ ଓକିଲ ଗିରଫ
ରେଙ୍ଗାଲୀ ନଦୀ ବନ୍ଧ ବାସଚ୍ୟୁତଙ୍କ ଟଙ୍କା ହଡ଼ପ ମାମଲା
/sambad/media/post_attachments/wp-content/uploads/2017/11/handcuffed-hands.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)