ବ୍ୟାସନଗର/ଦାନଗଦୀ: ୮ ମାସ ତଳୁ ଏକ ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ଦାନଗଦୀ ପୁଲିସ ଆଜି ଗିରଫ କରିଛି। ସୂଚନା ମୁତାବକ, ଗତ ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରେ କେସ୍ ନମ୍ବର ୪୭୧/୨୨ ରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲା। ବୃଦ୍ଧା ସୁବୁନି ମୁଣ୍ଡା ହାଣ୍ଡିଆ ବିକିବାକୁ ଯାଇଥିବା ବେଳେ ସେଠାରେ ଦୁଇଜଣଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରିଥିଲେ।

Advertisment

ଏହି ଘଟଣାରେ ସୁଆଁଲୋ ଗ୍ରାମର ଗୋବିନ୍ଦ ମାଝୀକୁ ପୂର୍ବରୁ ଗିରଫ କରାଯାଇଥିବା ବ‌େଳେ ଫେରାର ଥିବା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ହରିଡ଼ାଗୋଠ ଗ୍ରାମର ସାଦୁରା ମୁଣ୍ଡାଙ୍କ ପୁଅ ରମେଶ ଓରଫ ଜିକିବୋ(୩୬)କୁ ଦାନଗଦୀ ଫାଣ୍ଡି ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡ ସମୟରେ ସ୍ଥାନୀୟ ସୁଆଁଲୋ ଠାରେ ଅଭିଯୁକ୍ତ ଜିକିବୋ ତା ଶ୍ୱଶୁର ଘରେ ରହୁଥିଲା।