ଚାରି ଦିନିଆ ରିମାଣ୍ଡରେ ଗଲେ ଗିରଫ ଥାନା ଅଧିକାରୀ

ରାଉରକେଲା: ବହୁ ବର୍ଚ୍ଚିତ ବୀରମିତ୍ରପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗିରଫ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଆଜି ସୁନ୍ଦରଗଡ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟରେ ହଜାର କରାଯାଇଥିଲା। ରିମାଣ୍ଡ ପାଇଁ ସରକାରୀ ଓକିଲ ୭ ଦିନ ଆବେଦନ କରିଥିଲେ। କୋର୍ଟ ମାମଲାର ଶୁଶାଣୀ କରି ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି। ଆସନ୍ତା ୬ରେ ଗିରଫ ଆନନ୍ଦ ମାଝିଙ୍କୁ କୋର୍ଟରେ ହାଜର କରାଯିବ। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ହଜାର ହେବାରୁ କ୍ରାଇମବ୍ରାଞ୍ଚ ଟିମ୍‌ ଗିରଫ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଡାକ୍ତରୀମାଇନା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)କୁ ଆଣିଥିଲେ।

ଗତକାଲି ଅନୁଗୋଳ ହଣ୍ଡପା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଆନନ୍ଦ ମାଝିଙ୍କୁ ଗିରଫ କରାଯାଇଥିଲା। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଆନନ୍ଦ ମାଝିଙ୍କୁ ନିଲମ୍ବିତ କରିବା ସହ ଚାକିରୀରୁ ବହିଷ୍କାର କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାରେ ରାଏବୋଗା ଥାନାରେ ଗିରଫ ଥାନା ଅଧିକାରୀ ଆନନ୍ଦ ମାଝି, ବୀରମିତ୍ରପୁର ସିଏଚ୍‌ସି ଡାକ୍ତର, ଅନ୍ୟ ଜଣେ ପୁଲିସ, ପୀଡିତାଙ୍କ ଦୁଇ ପୁରୁଷ ବନ୍ଧୁ, ସାବତ ବାପାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆଜି କଂଗ୍ରେସର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୫ ସୁଦ୍ଧା ଗିରଫ ନ କଲେ ବୀରମିତ୍ରପୁର ଟାଉନ ବନ୍ଦ ସହ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର