ନୟାଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲରେ ନୟାଗଡ଼ ଜିଲ୍ଲା ଉପନିବନ୍ଧକ ଶାଶ୍ବତ କୁମାର ପଟ୍ଟନାୟକଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଗତକାଲି ନୟାଗଡ଼ସ୍ଥିତ ଭଡ଼ା ଘରଠାରୁ ଆରମ୍ଭ କରି କାର୍ଯ୍ୟାଳୟ, କେନ୍ଦ୍ରପଡ଼ା କୁଦାନଗରୀ ଥାନା ଅନ୍ତର୍ଗତ ଅଭିଯୁକ୍ତ ଶ୍ରୀ ପଟ୍ଟନାୟକଙ୍କ ପୈତୃକ ଘରେ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ପ୍ରଦତ୍ତ ସୂଚନା ମୁତାବକ ଶ୍ରୀ ପଟ୍ଟନାୟକ ତାଙ୍କ ଆୟଠାରୁ ୭୯ ପ୍ରତିଶତ ଅଧିକ ସ୍ଥାବର, ଅସ୍ଥାବର ସମ୍ପତ୍ତି ଠୁଳ କରିଛନ୍ତି।
ଯାହା ମଧ୍ୟରେ ଦୁଇଟି ୨ ମହଲା କୋଠା ସମେତ ୬ଟି ପ୍ଲଟ୍, ଗୋଟିଏ ୪ ଚକିଆ, ୩ଟି ୨ ଚକିଆ ଯାନ, ଆହୁରି ଜମି କିଣିବାକୁ ଶ୍ରୀ ପଟ୍ଟନାୟକ ୬ ଲକ୍ଷ ୫୪ ହଜାର ୫୦୦ ଟଙ୍କା ଅଗ୍ରୀମ ଦେଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ଏହି ୨ କୋଠା ମଧ୍ୟରୁ ଗୋଟିଏ କେନ୍ଦ୍ରାପଡ଼ାର ତଳବାରଙ୍ଗ, ଅନ୍ୟଟି ତଳଗାଁରେ ରହିଛି। କଟକ, ଜଟଣୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ୬ଟି ପ୍ଲଟ୍ ରହିଛି। ଏହି ୬ ପ୍ଲଟ୍ ମଧ୍ୟରୁ କଟକରେ ଭାନପୁର, ବାଆଁରା ମୌଜା, ଖୋର୍ଦ୍ଧାର ଦକ୍ଷିଣମୁଣ୍ଡାମୁହଁ, ଛଣଘର, ନାରଣଗଡ଼ ମୌଜା, କେନ୍ଦ୍ରାପଡ଼ାର ବଳରାମପଚର ମୌଜାରୁ ପ୍ଲଟ୍ ଚିହ୍ନଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/ggjjgjgjgjgjgj.jpg)