ଭବାନୀପାଟଣା : ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହିତ ବିଭିନ୍ନ ସାମଗ୍ରୀ ଯୋଗାଣ ଅଭିଯୋଗରେ ପୁଲିସ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ବାଙ୍କେଲ ଗ୍ରାମର ଖଗେଶ୍ବର ଗୌଡ଼ (୫୦ବର୍ଷ)କୁ ଗିରଫ କରିଛି। ଏହା ସହିତ ତା ନିକଟରୁ ବିଭିନ୍ନ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ବାଙ୍କେଲ ଗ୍ରାମର ଖଗେଶ୍ବର ମାଓବାଦୀମାନଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ସଂପର୍କରେ ପୁଲିସକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତ ବେଳେ ଖଗେଶ୍ବରଠାରୁ ୯ଟି ଜୀବନ୍ତ ଡିଟୋନେଟର୍ସ, ୩ଟି ମାଓ ପୋଷ୍ଟର, ବିଦ୍ୟୁତ୍ ତାର ଓ ଗୋଟିଏ ମୋବାଇଲ ଫୋନ ପୁଲିସ ଜବତ କରିଥିଲା। ବିଭିନ୍ନ ସମୟରେ ଖଗେଶ୍ବର ମାଓବାଦୀମାନଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଉଥିଲା। ମାଓବାଦୀମାନଙ୍କ କେକେବିଏନ ଡିଭିଜନକୁ ପାଣ୍ଠି ସଂଗ୍ରହ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ବେଆଇନ ଭାବରେ ଯୋଗାଇ ଆସୁଥିଲା। ଏନେଇ ନର୍ଲା ଥାନାରେ ଏକ ମାମଲା ରୁଜୁ କରି ଗୁରୁବାର ଖଗେଶ୍ବରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୋଲି କଳାହାଣ୍ଡି ପୁଲିସ ଏସ୍ପି ଡା. ଶ୍ରବଣ ବିବେକ ଏମ୍. ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/bf15ffd6-baa0-4ecf-b159-44f8e2aaa90c.jpg)