ପୁରୀ: ପୁରୀ ସମୁଦ୍ର କୂଳରେ ଅବସ୍ଥିତ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି।
ଏଣିକି ସ୍ୱର୍ଗଦ୍ୱାରକୁ ଶବଦାହ କରିବାକୁ ଆସୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଶବକୁ ମଧ୍ୟ ମିଳିବ ସମ୍ମାନ, ଶବ ରଖିବାକୁ ପିଣ୍ଡି, ଦାହ ପାଇଁ ପିଣ୍ଡି, ପ୍ରତୀକ୍ଷା ଗୃହ, ସିଙ୍ଗିଲ ଉଇଣ୍ଡୋରେ ସମସ୍ତ ବ୍ୟବସ୍ଥା, ଶବକୁ ଭିତରକୁ ନେବା, ଦାହ କରିବାକୁ ବ୍ୟବସ୍ଥା ସବୁ ହୋଇଛି।
ସ୍ୱର୍ଗଦ୍ୱାର ପରିସର ସ୍ୱଚ୍ଛତା ରଖିବା ପାଇଁ ଶତାଧିକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।