ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡାର ଅମଲୀପାଲିସ୍ଥିତ ପଡ଼ିଆରେ ଯୁବ ସମାବେଶରେ ପହଞ୍ଚି ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିବାନ ବନ୍ଦରରେ ଓହ୍ଲାଇଛନ୍ତି।
ପୂର୍ବାହ୍ନ ୧୦ଟା ୫୦ ମିନିଟରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ସୁରକ୍ଷା ବିମାନ ମଧ୍ୟ ଝାରସୁଗୁଡାରେ ଅବତରଣ କରିଛି।
ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ମହା ନିର୍ଦେଶକ ୱାଇ ବି ଖୁରାନିଆ ପହଞ୍ଚିଥିଲେ।
/filters:format(webp)/sambad/media/media_files/2025/09/27/whatsapp-image-2025-09-27-11-01-16.jpeg)
ଓଡିଶା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ରୋଡ଼ ସୋରେ ଅମଲିପାଲିସ୍ଥିତ ସଭାସ୍ଥଳକୁ ବାହାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/27/modi-in-odisha-2025-09-27-11-04-11.jpg)