ଚଳନ୍ତା ବସ୍‌କୁ ଉପରକୁ ତୀର ମାଡ଼, ଜଣେ ଗୁରୁତର

କାଳିଆପାଣି : ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦୈତାରୀ ଲୌହ ଖଣିରେ ନିୟୋଜିତ ଠିକାସଂସ୍ଥା କଳିଙ୍ଗ କମର୍ସିଆଲ୍‌ କମ୍ପାନି(କେସିସି)ର ଷ୍ଟାଫ୍‌ ବସ୍‌ ଉପରକୁ ଆଜି ରାତି ପ୍ରାୟ ୯ଟା ବେଳେ ତୀର ମାଡ଼ ହୋଇଛି। କର୍ମଚାରୀଙ୍କୁ ନେଇ ଦୈତାରୀ ଟାଉନସିପ୍ କଲୋନିରୁ ବାହାରିଥିବା ଏହି ବସ୍‌ଟି ଘାଟି ରାସ୍ତାର ଦ୍ବିତୀୟ ହମ୍ପ୍‌ସ ପାଖରେ ଧୀର ଗତି ଥିବା ସୁଯୋଗରେ ୩ ରୁ ୪ ଜଣ ବ୍ୟକ୍ତି ଏହା ଉପରକୁ ଆଖିବୁଜା ତୀର ମାଡ଼ କରିଥିଲେ। ଗୋଟିଏ ତୀର ଉତ୍ତମ ନାମକ ଜନୈକ ଠିକା ଶ୍ରମିକର ବାମ ପଟ ପେଟରେ ଗଳି ଯାଇଛି। ଉତ୍ତମଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ସିଟ୍‌ରେ ତୀର ଗଳି ଯାଇଥିବା ‌ବେଳେ ଆଉ ଏକାଧିକ ତୀର ବସ୍‌ର କାଚରେ ବାଜି ଲକ୍ଷ୍ୟ ଭ୍ରଷ୍ଟ ହୋଇଯାଇଛି। ଅପ୍ରତ୍ୟାଶିତ ଆକ୍ରମଣ ଘଟଣାକୁ ନେଇ ବସ୍‌ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଘଟଣା ସଂପର୍କରେ ଖବର ପାଇଥିଲେ ମଧ୍ୟ ଏହାକୁ ନେଇ ଏଯାବତ୍ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା କହନ୍ତି ଦୈତାରୀ ଥାନା ଅଧିକାରୀ ସସ୍ମିତା ଖିଲାର।

ସମ୍ବନ୍ଧିତ ଖବର