ଆଶୀର୍ବାଦ ମଲ୍ଟି ପରପୋଜ୍ ଠକେଇ : ନିର୍ଦ୍ଦେଶକଙ୍କ ଜାମିନ ଖାରଜ

କଟକ : ଆଶୀର୍ବାଦ ମଲ୍ଟି ପରପୋଜ୍ କୋ-ଅପରେଟିଭ୍ ଲିମିଟେଡ୍ ଠକେଇ ମାମଲାରେ ସଂସ୍ଥାର ନିର୍ଦ୍ଦେଶକ ଶ୍ବେତାଙ୍ଗ ପଟ୍ଟନାୟକଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପଟ୍ଟନାୟକଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିବା ସହିତ ଆବେଦନକାରୀଙ୍କ ବିରୋଧରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬, ଜାନୁଆରି ୧୩ରୁ ଆବେଦନକାରୀ ଗିରଫ ହୋଇ ଜେଲରେ ଥିବା ବେଳେ ୨୦୧୭, ଅକ୍ଟୋବର ୧୦ରେ କଟକ ସ୍ବତନ୍ତ୍ର (ଓପିଆଇଡି) ଅଦାଲତ ତାଙ୍କ ଜାମିନ ଖାରଜ କରିଥିଲେ। ଏହା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର