ଏଆର୍‌ଏସ୍ଏସ୍ କମ୍ପାନିକୁ ୨୦ ଲକ୍ଷ ଜରିମାନା, ଟଙ୍କାଟିଏ ପଇଠ ନକରି ପୁଣି ଗୋଚର ଜମିରୁ ମାଟିଖୋଳା

ଆନନ୍ଦପୁର : ଘସିପୁରା ତହସିଲ ସାଇଁକୁଳ ସର୍କଲ ହସନପୁର ମୌଜାର ଏକ ଗୋଚର ଜମିରୁ ବିନା ଅନୁମତିରେ ମାଟିଚାଲାଣ ଅଭି‌ଯୋଗରେ ଜାତୀୟ ରାଜପଥ ନିର୍ମାଣ ଠିକାସଂସ୍ଥା ଏଆର୍‌ଏସ୍ଏସ୍ କମ୍ପାନିକୁ ୨୦ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। କମ୍ପାନି କର୍ତ୍ତୃପକ୍ଷ ଅଦ୍ୟାବଧି ଜରିମାନା ଅର୍ଥ ପଇଠ କରିନଥିବା ବେଳେ ଆଜି ପୁଣି ମାଟି ଚାଲାଣ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ ହସନପୁର-ଭଗାନଇ ମୁଖ୍ୟରାସ୍ତା ହସନପୁର ମୌଜାର ୨୯୯ ନମ୍ବର ପ୍ଲଟ୍ ଗୋଚର ଜମିରୁ ଏଆର୍‌ଏସ୍ଏସ୍ କମ୍ପାନି ଗତ ଜାନୁଆରି ମାସରେ ମେସିନ୍ ଲଗାଇ ମାଟି ଉଠାଇବା ଆରମ୍ଭ କରିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ପରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଆର୍‌ଆଇ ଏହାକୁ ବାରଣ କରିଥିଲେ। ତେବେ କମ୍ପାନି ଏହାକୁ ମାନିନଥିଲା। ଏହା ପରେ କମ୍ପାନିକୁ ୨୦ ଲକ୍ଷ ଟଙ୍କ‌ା ଜରିମାନା କରାଯାଇଥିଲା। କମ୍ପାନି ଅଦ୍ୟାବଧି ଏକ ଟଙ୍କା ମଧ୍ୟ ତହସିଲରେ ଦାଖଲ ନକରି ଆଜି ପୂର୍ବାହ୍ନରେ ପୁଣି ମାଟିଖୋଳା ଆରମ୍ଭ କରିଥିଲା। ଖବର ପାଇ ଆର୍‌ଆଇ ପୁନର୍ବାର ତାଗିଦ୍ ପରେ ମାଟି ବୋହୁଥିବା ହାଇୱାଗୁଡ଼ିକ ସେଠାକୁ ଆସି ନଥିବାବେଳେ ମେସିନକୁ ସେଠାକାର ଶାସକ ଦଳର ସମର୍ଥକଙ୍କ ଘର ନିକଟରେ ଲୁଚାଇ ରଖାଯାଇଥିବା ଜଣାପଡ଼ିଛି। ମାଟି ଚାଲାଣରେ ସ୍ଥାନୀୟ ଶାସକ ଦଳ ନେତାଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର