ଅର୍ଥତତ୍ତ୍ୱ ସଂପତ୍ତି ବାଜ୍ୟାପ୍ତି ମାମଲା, କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ

କଟକ: ଅର୍ଥତତ୍ତ୍ୱ ଗ୍ରୁପର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ମାମଲାରେ କଟକ ସ୍ୱତନ୍ତ୍ର ଅଦାଲତରେ ସାକ୍ଷ୍ୟ ଗ୍ରହଣ ହୋଇଛି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତଦନ୍ତକାରୀ ଅଧିକାରୀ ଡିଏସପି ମନୋଜ କୁମାର ସାମନ୍ତ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବା ସହିତ ଦାଖଲ କରାଯାଇଥିବା ବିଭିନ୍ନ ନଥିପତ୍ରକୁ ଚିହ୍ନଟ କରିଛନ୍ତି। ସୂଚନାଯୋଗ୍ୟ ଏହି ମାମଲାରେ ପୂର୍ବରୁ ପ୍ରାଧିକୃତ ଅଧିକାରୀ ତଥା କଟକର ପୂର୍ବତନ ଅତିରିକ୍ତ ଜିଲାପାଳ ବିଭୁତି ଭୂଷଣ ଦାସ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ଅର୍ଥତତ୍ତ୍ବର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ୨ କୋଟି ୧୭ ଲକ୍ଷ ଟଙ୍କା ସହିିତ, ମୂଲ୍ୟବାନ ଗାଡି, ବିଭିନ୍ନ ସ୍ଥାନରେ ଥିବା ଜମି ଜବତ କରାଯାଇଥିଲା। ଏହି ସଂପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ଓପିଆଇଡି ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏଥି ପାଇଁ ଅର୍ଥ ବିଭାଗ ନିର୍ଦ୍ଦେଶରେ ପ୍ରାଧିକୃତ ଅଧିକାରୀ ସ୍ବତନ୍ତ୍ର ଅଦାଲତରେ ଆବେଦନ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର