ଭୁବନେଶ୍ୱର : ଅର୍ଥତତ୍ତ୍ୱ ଠକେଇ ମାମଲାର ରାଜସାକ୍ଷୀ ତଥା ପୂର୍ବତନ କର୍ମଚାରୀ ତପନ ମହାନ୍ତି ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ କେତେକ ଗୁରୁତ୍ୱପୂର୍ଣ ତଥ୍ୟ ପ୍ରଦାନ କରିଛନ୍ତି। ଏପରିକି ସିବିଆଇକୁ କେତେକ ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କ ଚିଟଫଣ୍ଡ୍ରେ ସଂପୃକ୍ତି ନେଇ ତଥ୍ୟ ଦେବେ ବୋଲି ସିବିଆଇକୁ ଜଣାଇଛନ୍ତି। ଏପରିକି ତାଙ୍କ ବୟାନକୁ ସିବିଆଇ ସିଆରପିସିର ଧାରା ୧୬୪ ଅନୁଯାୟୀ ରେକର୍ଡ କରିବାକୁ ସେ ସିବିଆଇକୁ ଅନୁରୋଧ ମଧ୍ୟ କରିଛନ୍ତି। ଏହାଛଡ଼ା ଶ୍ରୀ ମହାନ୍ତି ସିବିଆଇକୁ କହିଛନ୍ତି ଯେ ସେ ଅର୍ଥତତ୍ତ୍ୱ କମ୍ପାନିରେ ଥିବାବେଳେ ରାଜ୍ୟର ଗରିବ ଓ ସାଧାରଣ ଲୋକଙ୍କଠାରୁ ଜମା ଆକାରରେ କୋଟିକୋଟି ଟଙ୍କା ହଡ଼ପ କରାଯାଇଛି। ସେହି ସବୁ ଟଙ୍କାକୁ ସୁରକ୍ଷା ପାଇଁ ନେତା, ମନ୍ତ୍ରୀମାନଙ୍କୁ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ତେବେ ଶ୍ରୀ ମହାନ୍ତି ସିବିଆଇକୁ ଏସବୁ ତଥ୍ୟ ଦେବା ନେଇ ସିବିଆଇ ତରଫରୁ କୌଣସି ସୂଚନା ଦିଆଯାଇନାହିଁ।
ଅର୍ଥତତ୍ତ୍ୱ ଠକେଇ: ମନ୍ତ୍ରୀ, ବିଧାୟକଙ୍କ ସଂପୃକ୍ତି ସୂଚନା ଦେଲେ ରାଜସାକ୍ଷୀ!
/sambad/media/post_attachments/wp-content/uploads/2018/02/Artha-Tatwa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)