ଅର୍ଥତତ୍ତ୍ୱ ନିର୍ଦ୍ଦେଶକଙ୍କ ଜାମିନ ଶୁଣାଣି ଶେଷ

କଟକ : ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗବନ୍ଧୁଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଅର୍ଥତତ୍ତ୍ୱର ନିର୍ଦ୍ଦେଶକ ଥିବା ଜଗବନ୍ଧୁଙ୍କ ବିରୋଧରେ ସଂସ୍ଥା ମାଧ୍ୟମରେ ଜମାକରୀଙ୍କ ଟଙ୍କା ହଡପ ନେଇ ଅଭିଯୋଗ ରହିଛି। ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ, ଜଗବନ୍ଧୁ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୨୦୧୫, ଏପ୍ରିଲରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ନିମ୍ନ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର