ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ୍ ରୋବୋଟିକ୍(ଏ.ଆଇ ଆଣ୍ଡ୍ ଆର୍) ତାଲିମ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ଏବେ କେବଳ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଉତ୍କର୍ଷ କେନ୍ଦ୍ର ଖୋଲିଛି। ଆଗକୁ ରେଭେନ୍ସା, ସମ୍ବଲପୁର ଓ ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଖୋଲିବାକୁ ଆଇଆଇଟି ଭୁବନେଶ୍ବର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଆସନ୍ତା ୩ରୁ ୪ବର୍ଷ ମଧ୍ୟରେ ୩ରୁ ୪ହଜାର ବିଦ୍ୟାର୍ଥୀଙ୍କୁ ତାଲିମ ଦିଆଯିବ।
ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ସଂସ୍ଥା ପରିଭ୍ରମଣରେ ନିଆଯିବ। ବିଶ୍ବବିଦ୍ୟାଳୟରେ ୩୦ ସିଟ୍ର ଏକ ଲ୍ୟାବ୍, ଦୁଇଟି ଏଆଇ ବେସଡ୍ ଆସିଲେଟର, ୧୫ଟି ଲେଖାଏଁ ରୋବୋଟିକ୍ କିଟ୍ ଓ ଆଇଓଟି କିଟ୍, ୫ଟି ଡ୍ରୋନ୍, ଥ୍ରିଡି ପ୍ରିଣ୍ଟର ଉପଲବ୍ଧ କରାଯିବ। ଏ ବାବଦରେ ଆଇଆଇଟି ଭୁବନେଶ୍ବର ୮.୭୫ କୋଟି ଟଙ୍କା ଖର୍ଚ୍ଚ କରିବ।
ଆଇଆଇଟି ଭୁବନେଶ୍ବର ପକ୍ଷରୁ କୁହାଯାଇଛି, ଦେଶର ଅନେକ ସଂସ୍ଥା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ସ୍କିଲ ବିଷୟରେ ଜାଣିପାରୁ ନାହାନ୍ତି। କେତେକ ସଂସ୍ଥାରେ ଡାଟା ସାଇନ୍ଟିଷ୍ଟ ବିଷୟରେ ଦକ୍ଷ ନୁହନ୍ତି। ବର୍ତ୍ତମାନ ସମୟରେ ଏହି ବିଷୟର ବହୁତ ଡିମାଣ୍ଡ ବଢ଼ିଯାଇଛି। ତେଣୁ ଓଡ଼ିଶାର ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପରେ ଜାପାନସ୍ଥିତ ନିହନ୍ ଉତ୍କଳ ଏଣ୍ଟରପ୍ରାଇଜ୍ ସର୍ଭିସ୍(ନିଟ୍କଲ୍), ଭାରତର ବୋଷ୍ଟନ୍ ଟ୍ରେନିଂ ଏକାଡେମି(ବିଟିଏ), କ୍ୟୁଲିପ୍ ଇନୋଭେସନ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗ ଯୋଗାଇ ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/654654gdgjdgjdgjd.jpg)