ଭୁବନେଶ୍ୱର: ପୁରୀ ସହରର କୁମ୍ଭାରପଡ଼ାର ଦିଆସିଲି କାଠି ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ମଙ୍ଗଳବାର ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦିଆସିଲି କାଠିରେ ପ୍ରସ୍ତୁତ କରିଥିବା ଶ୍ରୀ ଗଣେଶଙ୍କ ମୂର୍ତ୍ତି ଉପହାର ଦେଇଛନ୍ତି। ଏହି ଗଣେଶ ମୂର୍ତ୍ତିକୁ ନିର୍ମାଣ କରିବା ପାଇଁ ଶାଶ୍ବତ ୫୬୨୧ କାଠି ବ୍ୟବହାର କରିଛନ୍ତି। ଏହାକୁ ପ୍ରସ୍ତୁତ କରିବା ପାଇଁ ୮ ଦିନ ସମୟ ଲାଗିଥିଲା। ଗତବର୍ଷ ଗଣେଶ ପୂଜା ଅବସରରେ ଶାଶ୍ୱତ ଏହାକୁ ନିର୍ମାଣ କରିଥିଲେ।
ସୂଚନାଯୋଗ୍ୟ, ବିଦ୍ୟାଦାତା ଭଗବାନ ଗଣେଷଙ୍କ ପୂଜା ଆସନ୍ତା ୩୧ ତାରିଖରେ ଆୟୋଜନ ହେବ। ଏହି ଅବସରରେ ପୁରୀ ସହରର କୁମ୍ଭାରପଡ଼ା ନିବାସୀ ସୁଦର୍ଶନ ସାହୁଙ୍କ ପୁଅ ଶାଶ୍ୱତ ରଞ୍ଜନ ସାହୁ (୧୯) ନିଜେ ନିର୍ମାଣ କରିଥିବା ଗଣେଶ ମୂର୍ତ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଉପହାର ଦେଇଛନ୍ତି। ଯୁବ ଶିଳ୍ପୀ ଶାଶ୍ବତ ଦିଆସିଲି କାଠିକୁ ବ୍ୟବହାର ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରୁଛନ୍ତି।