ମଞ୍ଚ ନାଟକକୁ ଅନୁମତି ଦାବି କରି ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଧାରଣା ଦେଲେ କଳାକାର

ଭୁବନେଶ୍ବର: କରୋନା ସହ ଲଢେଇ କରୁଛି ଦେଶ। ଅର୍ଥନୈତିକ ଗତିବିଧିକୁ ସରକାର ଅନୁମତି ଦେଇଥିଲେ ବି ଏ ଯାଏଁ ଅନେକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି ରହିଛି । ମଞ୍ଚ ଓ ଥିଏଟରକୁ ସରକାର ଏ ଯାଏଁ ଅନୁମତି ଦେଇନାହାନ୍ତି ।

ଖୁବଶୀଘ୍ର ମଞ୍ଚ ନାଟକକୁ ଅନୁମତି ଦାବି କରି ଧାରଣା ଦେଇଛନ୍ତି କଳାକାର । ଏ ନେଇ ଥିଏଟର କଳାକାର ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୁଃସ୍ଥ କଳାକାରଙ୍କୁ ସହଯୋଗ କରିବାକୁ ବି ସେମାନେ ସରକାରଙ୍କୁ କରିଛନ୍ତି।

 

ସମ୍ବନ୍ଧିତ ଖବର