ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ କଳାକାର ସହୟତା ଯୋଜନାରେ କଳାକାରମାନେ ଏକାଥରେ ୪ ମାସର ପେନ୍ସନ୍ ପାଇବେ। ଚଳିତ ମାସ ଶେଷ ସୁଦ୍ଧା ଏହି ପେନ୍ସନ୍ ପ୍ରଦାନ କରାଯିବ। କରୋନା ମହାମାରୀର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟର ୩୭ ହଜାର କଳାକାର ମାସିକ ୧୨୦୦ ଟଙ୍କା ଲେଖାଏ ପେନ୍ସନ୍ ପାଉଛନ୍ତି। ଗତ ଫେବ୍ରୁଆରି ମାସ ଯାଏ ସେମାନେ ପେନ୍ସନ୍ ପାଇ ସାରିଛନ୍ତି। ଏବେ ମାର୍ଚ୍ଚ, ଏପ୍ରିଲ୍, ମେ' ଓ ଜୁନ୍ ମାସର ପେନ୍ସନ୍ ଏକା ସଙ୍ଗେ ଦିଆଯିବ। ହିତାଧିକାରୀମାନଙ୍କ ଆକାଉଣ୍ଟ୍କୁ ସିଧାସଳଖ ଏହି ଟଙ୍କା ଯିବ। ସୂଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ କରୋନା ପାଇଁ କଳାକାରଙ୍କୁ ଆଗୁଆ ପେନ୍ସନ୍ ପ୍ରଦାନ କରାଯାଇଥିଲା।
କଳାକାରଙ୍କୁ ମିଳିବ ୪ ମାସର ପେନ୍ସନ୍
/sambad/media/post_attachments/wp-content/uploads/2021/05/Chaiti_ghoda.jpg)