ଢ଼ୋଲ , ମହୁରୀ ବଜାଇ ମନ୍ତ୍ରୀଙ୍କ ଘର ଆଗରେ ଧାରଣା

ଭୁବନେଶ୍ୱର:ଆଜି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା  ଅଧିବେଶନ  ସହିତ ତାଳ ଦେଇ ଦାବି ପୂରଣ ନେଇ ବିଭିନ୍ନ ଭାବେ ସେମାନଙ୍କ  ଦାବି ଉପସ୍ଥାପନ କରୁଛନ୍ତି ବିଭିନ୍ନ ସଙ୍ଗଠନ। ଏହିପରି ଏକ କ୍ରମରେ  ଚାକିରି ନିୟମିତ କରିବା ,ସର୍ତ୍ତାବଳୀ ଲାଗୁ କରିବା ଦାବିରେ ତବଲା,ଢ଼ୋଲ ଓ ହାରମୋନିୟମ ବଜାଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ବାସଭବନ ସମ୍ମୁଖରେ ଓଡ଼ିଶା କଳା ଓ କ୍ରୀଡା  ଶିକ୍ଷକ ମହାସଂଘ ପକ୍ଷରୁ ଆଜି ସକାଳୁ ଧାରଣା ଦିଆଯାଇଛି।

ସମ୍ବନ୍ଧିତ ଖବର