‘ଓଏସ୍‌ଆରଟିସି’ର ସିଏମ୍‌ଡି ହେଲେ ଅରୁଣ ବୋଥ୍ରା

ଭୁବନେଶ୍ୱର: ରାଜ୍ୟ ସରକାର ସେସୁର ସିଇଓ ଅରୁଣ ବୋଥ୍ରାଙ୍କୁ ‘ଓଏସ୍‌ଆରଟିସି’ର ସିଏମ୍‌ଡି ଭାବେ ଦାୟିତ୍ୱ ଦେଇଛନ୍ତି । ଅରୁଣ ବୋଥ୍ରା ଆଗାମୀ ଜୁନ ୧ ତାରିଖରୁ ଏହି ଦାୟିତ୍ୱ ନେବେ । ଏଥି ସହିତ ସେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ସେହିଭଳି ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଡିଜି ଅତିରିକ୍ତ ଦାୟିତ୍ୱ ମିଳିଛି । ପୂର୍ବ ଦାୟିତ୍ୱ ସହ ଅଗ୍ନିଶମ ବିଭାଗର ଡିଜି ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଏଥି ସହିତ ତାଙ୍କ ହାତରେ ହୋମଗାର୍ଡ ଆଣ୍ଡ ଡାଇରେକ୍ଟର ସିଭିଲ ଡିଫେନ୍ସର ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର