ସଫଳ ନାୟକର କାହାଣୀ ଥିଲେ ଅରୁଣ ଜେଟଲୀ: ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବରରେ ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ସାର୍ବଜନୀନ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ବର:ବିଜେପି ପକ୍ଷରୁ ଭୁବନେଶ୍ବରର ସ୍ବସ୍ତି ପ୍ରମିୟମ ହୋଟେଲରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ସାର୍ବଜନୀନ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି।ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ,ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ,ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା ଏବଂ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଅରୁଣ ଜେଟଲୀଙ୍କ ସ୍ମୃତିଚାରଣ କରିଛନ୍ତ।

ଭୁବନେଶ୍ବରରେ ଅରୁଣ ଜେଟଲୀଙ୍କ ସ୍ମୃତିରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ, ରାଜ୍ୟପାଳ ଗଣେଶୀ ଲାଲ୍ କହିଛନ୍ତି ‘ଅରୁଣ ଥିଲେ ଅଜାତଶତ୍ରୁ, ଅତୁଳନୀୟ’। ଓଡ଼ିଶା ତା’ର ଜଣେ ବନ୍ଧୁ ଓ ଅଭିଭାବକଙ୍କୁ ହରାଇଲା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।


ଏଥିରେ ଯୋଗ ଦେଇ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ ସଫଳ ନାୟକର କାହାଣୀ ଥିଲେ ଅରୁଣ ଜେଟଲୀ। ଜଣେ ଛାତ୍ରନେତା,ରାଜନୈତିକ ସଂଗଠକଭାବେ ସେ ନିଜର ପାରଦର୍ଶିତା ଦେଖାଇଥିଲେ।

ଦେବୀ ମିଶ୍ର କହିଛନ୍ତି ଯେ ରାଜ୍ୟରୁ କେନ୍ଦ୍ର ସବୁଠି ଅରୁଣଙ୍କ ଗ୍ରହଣୀୟତା ଥିଲା।

ସମ୍ବନ୍ଧିତ ଖବର