କଟକ: ଅରୁନ୍ଧତି ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶିକା ନିରୁପମା ସୁନ୍ଦରାୟଙ୍କ ଜାମିନ ଆବେଦନ କଟକ ସ୍ୱତନ୍ତ୍ର ଅଦାଲତ ଖାରଜ କରିଛନ୍ତି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହୋଇ ଜେଲରେ ଥିବା ନିରୁପମା ଜାମିନ ପାଇଁ ଆବେଦନ କରିଥିଲେ। ତାଙ୍କ ଜାମିନ ଆବେଦନକୁ ବିରୋଧ କରି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ଦର୍ଶାଇଥିଲେ ଯେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ମାମଲାର ବିବରଣୀରୁ ପ୍ରକାଶ ଯେ ଅରୁନ୍ଧତି ସଂସ୍ଥା ଭୁବନେଶ୍ୱରର ଆଖ ପାଖ ଅଞ୍ଚଳରେ ଜମି ସହ ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ ୨୫୦ରୁ ଅଧିକ ଜମାକାରୀଙ୍କ ନିକଟରୁ ୩ କୋଟି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ସଂସ୍ଥା ଭୁବନେଶ୍ୱରରେ ଅଫିସ ଖୋଲି ଏପରି କାର୍ଯ୍ୟ କରିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ମୁତାବକ ଜମି ଓ ଘର ଯେଗାଇବାରେ ବିଫଳ ହୋଇଥିଲା। ଏ ନେଇ ଜମାକାରୀ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ନିରୁପମାଙ୍କ ସ୍ୱାମୀ ତଥା ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ଅଶୋକ ସୁନ୍ଦରାୟଙ୍କୁ ୨୦୧୭, ମେ’ ୧୮ରେ ଗିରଫ କରିଥିଲା। ଏହାପରେ ନଭେମ୍ବର ୧୩ରେ ନିରୁପମାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।
ଅରୁନ୍ଧତି ଇନଫ୍ରା ଠକେଇ: ନିର୍ଦ୍ଦେଶିକାଙ୍କ ଜାମିନ ଖାରଜ
/sambad/media/post_attachments/wp-content/uploads/2017/12/download-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)