ଅରୂପ ପଟ୍ଟନାୟକଙ୍କ ରୋଡ୍‌ ସୋ’ ଉପରେ ଆପତ୍ତି ଉଠାଇଲା ବିଜେପି

ଭୁବନେଶ୍ବର : ବିଜୁ ଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ୨୬ ତାରିଖ ସନ୍ଧ୍ୟାରେ ବିଜୁ ଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ ବିନା ଅନୁମତିରେ ଶୋଭାଯାତ୍ରା କରି ରୋଡ୍‌ ସୋ’ କରିଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ସେ ସହିଦ ନଗରରେ ଖୋଲା ଜିପ୍‌ରେ ବୁଲି ବିଜେଡି ପାଇଁ ପ୍ରଚାର କରିଛନ୍ତି। ୧୦ଟି ଚାରି ଚକିଆ ଯାନ, ୨୦୦ ମୋଟର ସାଇକେଲ୍‌ ସମେତ ଶତାଧିକ ଦଳୀୟ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସନ୍ଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିନା ଅନୁମତିରେ ଶୋଭାଯାତ୍ରା କରି ଶ୍ରୀ ପଟ୍ଟନାୟକ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର