ଗାଧୁଆଘରେ ପଡ଼ି ଅରବିନ୍ଦ ପାଢ଼ୀ ଆହତ, ଏମ୍‌ସରେ ଆଣ୍ଠୁର ସଫଳ ଅସ୍ତ୍ରୋପଚାର

ସମ୍ବଲପୁର : କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ବରିଷ୍ଠ ଓଡ଼ିଆ ଆଇଏଏସ୍‌ ଅଧିକାରୀ ତଥା ଆଇସିଆର୍‌ଆଇଏସ୍‌ଏଟିର ନିର୍ଦ୍ଦେଶକ ଡ. ଅରବିନ୍ଦ ପାଢ଼ୀ ଗାଧୁଆଘରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଦିଲ୍ଲୀ ଏମ୍‌ସରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି। ଏ ସଂପର୍କରେ ଟ୍ବିଟର୍‌ରେ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ ଜୀବନ ଓ ମୃତ୍ୟୁର ନିଷ୍ପତ୍ତି ଗୋଟିଏ ମୁହୂର୍ତ୍ତରେ ‌ହୁଏ। ଗାଧୁଆଘରେ ପଡ଼ିଯିବାରୁ ସିଧାସଳଖ ମୁଣ୍ଡରେ ମାଡ଼ ହୋଇଥିଲା। ତେବେ ଏମ୍‌ସରେ ଭାଙ୍ଗି ଯାଇଥିବା ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି ବୋଲି ଶ୍ରୀ ପାଢ଼ୀ ଟ୍ବିଟ୍‌ କରି ଜଣାଇଛନ୍ତି। ସେ ଈଶ୍ବରଙ୍କୁ କୃତଜ୍ଞତା ଜଣାଇବା ସହ ଏବେ ଭଲ ଥିବା ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର