କଟକ : ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅରବିନ୍ଦ ପଟ୍ଟନାୟକ ଚଳିତବର୍ଷର ମର୍ଯ୍ୟାଦାଜନକ ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Advertisment

ଆସନ୍ତା ୧୭ ତାରିଖ ମଙ୍ଗଳବାର ସନ୍ଧ୍ୟାରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ କାବ୍ୟ ସରସ୍ବତୀ ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ସ୍ମତି ସମାରୋହ ଅବସରରେ ଡକ୍ଟର ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ଦିଆଯିବ ବୋଲି ସଂସଦର ସମ୍ପାଦକ ପ୍ରଫେସର ଡା. ନିରଞ୍ଜନ ତ୍ରିପାଠୀ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ଡକ୍ଟର ପଟ୍ଟନାୟକଙ୍କ ସାରସ୍ବତ କୃତି ମଧ୍ୟରେ ସାରଥୀର ଶପଥ, ହେ ଅତୀତ କଥା କହ, ଅୟନାନ୍ତ, ପୁରାଣ ପରମ୍ପରା ଓ ଭାଗବତ, ତଥାପି ଏକାଭଳି, ପରମ୍ପରା ଓ ମୂଲ୍ୟବୋଧ, ଓଡ଼ିଶାରେ ଲୋକଧର୍ମର ପରମ୍ପରା, ଓଡ଼ିଆ ଲୋକସମାଜର ପ୍ରମୁଖ ପର୍ବପର୍ବାଣୀ, ଓଡ଼ିଆ ଲୋକଦର୍ଶନ ଓ ଲୋକଧାରା, ଓଡ଼ିଆ ସାହିତ୍ୟରେ ପୁରାଣ ପରମ୍ପରା, ତ୍ରିପର୍ଣ୍ଣା, ଚୟନିକା, ମନ କହୁଛି ଘୋଡ଼ା ଚଢ଼ିବି, ଆମ ସ୍ୱାଧୀନତା ସଂଗ୍ରାମର କାହାଣୀ, ଠେଙ୍ଗୁଣି ଓ ଅନ୍ୟାନ୍ୟ ପ୍ରସଙ୍ଗ ଏବଂ ଦିନଯାଏ ଦିନ ଆସେ ଉଲ୍ଲେଖନୀୟ।