ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ। ମତଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମକ୍ ଡ୍ରିଲ୍ କରାଯାଇଥିଲା।
ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଆଜି କୋଭିଡ୍ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଛି। ସକାଳ୭ଟାରୁସନ୍ଧ୍ୟା୬ଟାପର୍ଯ୍ୟନ୍ତମତଦାନହେବ। ପିପିଲିବ୍ଲକ୍ରସମୁଦାୟ୧୯୯ଟିବୁଥ୍ ଓଡେଲାଙ୍ଗବ୍ଲକ୍ର୧୪୯ଟିବୁଥ୍ରେମତଦାନ ଜାରିରହିଛି।୧,୧୯,୨୦୬ଜଣପୁରୁଷଭୋଟରଓ୧,୧୦,୭୯୦ଜଣମହିଳାଭୋଟରସେମାନଙ୍କରମତଦାନସାବ୍ୟସ୍ତକରିବେ।ଏହାବାଦ୍୨ଜଣତୃତୀୟଲିଙ୍ଗଓ୩୨୧ଜଣସର୍ଭିସ୍ ଭୋଟର୍ ମଧ୍ୟଭୋଟ୍ ଦେବେ।