ନାକଟିଦେଉଳ: ରାସ୍ତା ନଥିବାରୁ ଘରକୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୁହାହେଲା। ପରେ ସେ ଆମ୍ବୁଲାନ୍ସ ଭିତରେ ପ୍ରସବ କରିଥିବା ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଅଞ୍ଚଳରୁ ଏମିତି ଏକ ଦୟନୀୟ ଚିତ୍ର ଆସିଛି।
ସୂଚନା ଅନୁସାରେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ପଞ୍ଚାୟତ କାଙ୍କଦର ଗାଁ ଲଣ୍ଡାକୋଟ ସାହିର ସୁଜିତ ଲମଗାଙ୍କର ପତ୍ନୀ ଗୀତା ଲମଗାଙ୍କ ସୋମବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ଆସିଥିଲା, ହେଲେ ରାସ୍ତା ନଥିବାରୁ ଘରଠାରୁ ୩ କିମି ଦୂର କାଙ୍କଦରଠାରେ ଅଟକି ଯାଇଥିଲା। ସେପଟେ ମୋବାଇଲ୍ ନେଟ୍ୱର୍କ ନ ଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ସୁଜିତଙ୍କ ସହିତ ଯୋଗାଯୋଗ କରି ପାରିନଥିଲେ।
ପରେ କାଙ୍କଦର ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ଲଣ୍ଡାକୋଟରେ ପହଞ୍ଚିବା ସହ ଏକ ଖଟିଆ ଯୋଗେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ତାଙ୍କୁ ନିକଟସ୍ଥ ନାକଟିଦେଉଳ ଡାକ୍ତରଖାନା ଆଣିବା ବାଟରେ ଆମ୍ବୁଲାନ୍ସ ଭିତରେ ସେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ। ପରେ ମହିଳାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ସ୍ବାଗତ ସିଂ, ଶ୍ରବଣ ସାହୁ ଓ ଅନିଲ ପ୍ରଧାନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମା’ ଓ ଶିଶୁ ସୁସ୍ଥ ଥିବା ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/xWNurmmzE7oENYRXJhjn.jpg)