ଏଏସବିଏମରେ ଏମବିଏ ସେମିଷ୍ଟର ଆବ୍ରୋଡ ପ୍ରୋଗ୍ରାମ୍, ଓଡ଼ିଶାରେ ପଢ଼ି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ଡିଗ୍ରି ମିଳିବ

ଭୁବନେଶ୍ୱର : ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏଏସବିଏମ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏମବିଏ ସେମିଷ୍ଟର ଆବ୍ରୋଡ ପ୍ରୋଗ୍ରାମ୍ ଆରମ୍ଭ କରାଯାଇଛି । ବିଶ୍ୱର ସମ୍ମାନଜନକ ୟୁନିଭର୍ସିଟି ଅଫ ନଟିଂହାମ୍ ମାଲେସିଆ (ୟୁଏନଏମ୍) ସହବନ୍ଧନରେ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏହି ପାଠ୍ୟକ୍ରମରେ ସାମିଲ ଛାତ୍ରଛାତ୍ରୀ  ଏଏସବିଏମରେ ପ୍ରଥମ ବର୍ଷ (୨ଟି ସେମିଷ୍ଟର) ପଢିବା ପରେ ୨୦୨୧, ସେପ୍ଟେମ୍ବରରେ ୟୁଏନଏମରେ ସିଧାସଳଖ ନାମ ଲେଖାଇପାରିବେ । ଏହି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ  ଏଏସବିଏମରୁ  ଏମବିଏ ଡିଗ୍ରି  ଓ ୟୁଏନଏମରୁ  ଏମଏସସି ଇନ ବିଜନେସ୍ ଏଣ୍ଡ ମ୍ୟାନେଜମେଣ୍ଟ ଡିଗ୍ରି ହାସଲ କରିପାରିବେ ।

ନିକଟରେ ୟୁଏନଏମର ପ୍ରୋଭୋଷ୍ଟ ପ୍ରଫେସର ଗ୍ରାହାମ କେଣ୍ଡାଲ ଓ ଏସଏବିଏମ ପକ୍ଷରୁ କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକଙ୍କ ମଧ୍ୟରେ ଏଥିପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

Prof. Biswajeet Pattanayak
ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ

ଏହି ନୂତନ କୋର୍ସ ସମ୍ପର୍କରେ  ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ କହିଛନ୍ତି ଯେ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଏଏସବିଏମ  ବିଶ୍ୱର ପ୍ରତିଷ୍ଠିତ ୟୁନିଭର୍ସିଟି ଅଫ ନଟିଂହାମ୍ ସହ  ସହବନ୍ଧନ କରିଛି । ଓଡ଼ିଶାରୁ ମାଲେସିଆକୁ ସିଧାସଳଖ ଫ୍ଲାଇଟ ଥିବାରୁ  ବିଶ୍ୱର ପ୍ରତିଷ୍ଠିତ ୟୁନିଭର୍ସିଟି ଅଫ ନଟିଂହାମର ମାଲେସିଆ କ୍ୟାମ୍ପସ ସହ ଏହି ସହବନ୍ଧନ କରାଯାଇଛି ।

ଉଭୟ ୟୁଏନଏମ୍ ଓ ଏଏସବିଏମ୍ ଦ୍ୱାରା ଦିଆଯାଉଥିବା ଏହି ଡିଗ୍ରି ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ହେବ । ଏଏସବିଏମ୍ ବିଶ୍ୱବିଦ୍ୟାଳୟ ଆମେରିକାର ଆକ୍ରିଡେସନ୍ କାଉନସିଲ ଫର ବିଜନେସ ସ୍କୁଲ୍ସ ଏଣ୍ଡ ପ୍ରୋଗ୍ରାମ୍ସ (ଏସିବିଏସପି)ର ସଦସ୍ୟ ଥିବାରୁ ଏହା ନଟିଂହାମ୍ ବିଶ୍ୱବିଦ୍ୟାଳୟ ପରି ସମ୍ମାନଜନକ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି କରିପାରିଛି ଓ ଏହାର ଡିଗ୍ରିକୁ ସାରା ବିଶ୍ୱରେ ସ୍ୱୀକୃତି ମିଳୁଛି ବୋଲି ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ  କହିଛନ୍ତି ।

ସମ୍ବନ୍ଧିତ ଖବର