ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଏସିଆନ୍ ସ୍କୁଲ ଅଫ୍ ବିଜିେନସ୍ ମ୍ୟାେନଜମେଣ୍ଟକୁ ଉନ୍ନୀତ କରାଯାଇଛି। ଏହି ନାମରେ ଏକ ଏକକ େବସରକାରୀ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପାଇଁ କ୍ୟାବିେନଟ୍ ଆଜି ଅନୁମୋଦନ େଦଇଛନ୍ତି। ଏ ସଂକ୍ରାନ୍ତରେ ବିଧାନସଭାରେ ବିଧିବଦ୍ଧ ବିଲ୍ ଉପସ୍ଥାପନ କରାଯିବ। କ୍ୟାବିେନଟର ଅନ୍ୟ ନିଷ୍ପତ୍ତି ସଂପର୍କରେ ସୂଚନା େଦଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିେଲ, ଭଦ୍ରକର ଜାମୁଝଡି ଠାରୁ ଧାମରା ପର୍ଯ୍ୟନ୍ତ ୬୦ କିେଲାମିଟର ଦୀର୍ଘ ରାସ୍ତାକୁ େପଭ଼୍ଡ େସାଲଡର ସହିତ ଦୁଇ େଲନ୍ କରାଯିବ। ୟୁଏମ୍ଏସ୍ଏଲ୍ ଲିମିେଟଡ୍, ସୁପରକ୍ଲାସ ଠିକାଦାର ଏହାକୁ ୨୧୦ େକାଟି ୮୫ଲକ୍ଷ ୭୯ ହଜାର ୩୫୨ ଟଙ୍କା ବିନିମୟରେ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବେ। େଯହେତୁ ରାସ୍ତାଦ୍ବାରା ଧାମରା ବନ୍ଦର କର୍ତୃପକ୍ଷ ଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଲାଭବାନ େହବେ, ଏଣୁ ରାଜ୍ୟ ସରକାରଙ୍କ ସହିତ ଏହି ଦୁଇସଂସ୍ଥାର ସହଭାଗିତାରେ ରାସ୍ତାର ବିକାଶ କରାଯିବ। ଓଡ଼ିଶା ସଚିବାଳୟ ଡାଟା ଏଣ୍ଟ୍ରି ଅପରେଟର (ଚୟନ ପ୍ରକ୍ରିୟା ଓ ଚାକିରି ସର୍ତାବଳୀ) ସେଂଶାଧନ ନିୟମ, ୨୦୧୯କୁ କ୍ୟାବିେନଟ୍ ଅନୁମୋଦନ େଦଇଛନ୍ତି। ଆଗରୁ ଏହି ବର୍ଗରେ ଦୁଇଟି ସଂବର୍ଗ ପଦବି ଅର୍ଥାତ୍ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟର ଓ ବରିଷ୍ଠ ଡାଟା ଏଣ୍ଟ୍ରି ଅପରେଟର ଥିଲା। ଏହି ସଂବର୍ଗ ପଦବିରୁ ପଦୋନ୍ନତି ଦେବା ପାଇଁ ରାଜ୍ୟ ସରକାର ୩୨ଟି ଖାଲିଥିବା ବରିଷ୍ଠ ଡାଟା ଏଣ୍ଟ୍ରି ଅପରେଟର ପଦବିକୁ ଉଚ୍ଛେଦ କରିଛନ୍ତି। ଏହା ସହିତ ପୁନର୍ଗଠନ ଦ୍ବାରା ନୂତନ ଦୁଇଟି ସଂବର୍ଗ ପଦବି ଯଥା ସହକାରୀ ଡାଟା େପ୍ରାସେସିଂ ଅଫିସର ଓ ଡାଟା ପ୍ରୋସେସିଂ ଅଫିସର ସୃଷ୍ଟି କରାଯାଇଛି।
ଏଏସବିଏମ୍ ହେବ ଏକକ ବିଶ୍ବବିଦ୍ୟାଳୟ
ଜାମୁଝଡି-ଧାମରା ରାସ୍ତା ଦୁଇ ଲେନ୍
/sambad/media/post_attachments/wp-content/uploads/2019/01/col31029.jpg)