ରାଇରଙ୍ଗପୁର: ନୂତନ ଭାବେ ଗଠିତ ରାଜନୈତିକ ଦଳ ଆଶା ଭରସା ପାର୍ଟି (ଏବିପି) ପକ୍ଷରୁ ରାଇରଙ୍ଗପୁରସ୍ଥିତ ଆଇଏଲ୍ଆର୍ ହୋଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି। ଏବିପିର ମୟୂରଭଂଜ ଜିଲ୍ଲାର ସାଂସଦ ପ୍ରାର୍ଥୀ କାହ୍ନୁଚରଣ ଟୁଡୁଙ୍କ ନେତୃତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୟୂରଭଂଜ ଜିଲ୍ଲାର ବିକାଶକୁ ବଢ଼ାଇବା ନିମନ୍ତେ ଏହି ଦଳ ଗଠନ କରାଯାଇଛି ବୋଲି ଶ୍ରୀ ଟୁଡୁ କହିଛନ୍ତି। କୋଣ ଅନୁକଣରେ ଥିବା ସମସ୍ତ ଜନସାଧାରଣଙ୍କ ପାଖକୁ ପହଞ୍ଚି ତାଙ୍କର ସମସ୍ତ ସମସ୍ୟାର ସମାଧାନ କରିବା ଦଳର ଲକ୍ଷ୍ୟ ବୋଲି କହିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୟୂରଭଂଜ ଜିଲ୍ଲାକୁ ସବୁ କ୍ଷେତ୍ରରେ ଅବହେଳା କରୁଥିବା ଅଭିଯୋଗ କରିଛି ଦଳ। ଏହା ବ୍ୟତୀତ ରାଜନୈତିକ ଶିକ୍ଷା, ପ୍ରଶିକ୍ଷଣ ଦ୍ୱାରା ସଶକ୍ତୀକରଣକୁ ଜାଣିବା ଯଦ୍ୱାରା ଶୋଷଣ ଏବଂ ଶାସିତ ହେବାରୁ ମୁକ୍ତି ପାଇବା, ସ୍ୱାଭିମାନ ସହିତ ସାମାଜିକ ଅନୁଷ୍ଠାନ, ପ୍ରଥା, ସାଂସ୍କୃତିକୁ ବଂଚାଇ ରଖିବା ଦଳର ଲକ୍ଷ୍ୟ।
ଏହି ଅବସରରେ ଆଶା ଭରୋସା ପାର୍ଟିର ମୟୂରଭଂଜ ଜିଲ୍ଲାର ଲୋକସଭା ପ୍ରାର୍ଥୀ ଭାବେ କାହ୍ନୁ ଚରଣ ଟୁଡୁଙ୍କ ଘଷୋଣା କରିଥିବା ବେଳେ ୬ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମଧ୍ୟ ଘଷୋଣା କରିଛି ଦଳ। ଜିଲ୍ଲା ଯଶିପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ଗୋବିନ୍ଦ ଚନ୍ଦ୍ର ସୋରେନ୍, ସାରସକଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ଶେଖର ଚନ୍ଦ୍ର ମାହାଲି, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ସାଲଖୁ ମାଝୀ, ବାଙ୍ଗିରିପୋଷି ପାଇଁ ସୁରେନ୍ଦ୍ରନାଥ ହାଁସଦାଃ, ଉଦଳା ପାଇଁ ମୀନାକ୍ଷୀ ମୁର୍ମୁ, ବାରିପଦା ପାଇଁ ରଞିତା ହେମ୍ବ୍ରମ୍ଙ୍କ ନାମ ଘଷୋଣା କରାଯାଇଥିବା ବେଳେ ଅବଶିଷ୍ଟ କରଂଜିଆ, ବଡ଼ସାହି ଓ ମରୋଡ଼ା ନିର୍ବାଚନ ମଣ୍ଡଳୀ ନିମନ୍ତେ ବହୁତ୍ ଜଲଦି ପ୍ରାର୍ଥୀଙ୍କ ନାମ ଘଷୋଣା କରାଯିବ ବୋଲି ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି। ଶେଷରେ ଦଳ ପକ୍ଷରୁ ଲୋକସଭା ପ୍ରାର୍ଥୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପସ୍ଥିତ ଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶେଷରେ କାହ୍ନୁଚରଣ ଟୁଡୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/IMG_20240424_190204.jpg)