ଭୁବନେଶ୍ୱର : ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଶତାଧିକ ଆଶାକର୍ମୀ ଆଜି ଲୋୟର ପିଏମ୍ଜିରେ ଗର୍ଜିଛନ୍ତି। ମାସିକ ବେତନ ୧୮୦୦୦ କରିବା, ଇପିଏଫ୍ ଓ ଇଏସ୍ଆଇ ଲାଗୁ କରିବା, ପେନ୍ସନ୍ ଯୋଜନା ଲାଗୁ କରିବା, ସାମାଜିକ ସୁରକ୍ଷା ଯୋଗାଇଦେବା, ୫ ଲକ୍ଷ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ, ୨ ଲକ୍ଷ ଅବସର ରାଶି ପ୍ରଦାନ, ତାଲିମ୍ପ୍ରଦାନ କରିବା, ବୟସସୀମାକୁ ହଟାଇ ଯୋଗ୍ୟତା ଆଧାରରେ ଏଏନ୍ଏମ୍ ପଦବିକୁ ପଦୋନ୍ନତି ଦେବା, ବର୍ଷକୁ ଦୁଇହଳ ଶାଢ଼ି ପ୍ରଦାନ, ଶାଢ଼ି ପାଉଣା ବର୍ଦ୍ଧିତ କରିବା, ସ୍ବାସ୍ଥ୍ୟକେନ୍ଦ୍ରରେ ବିଶ୍ରାମସ୍ଥଳର ବ୍ୟବସ୍ଥା, ଡ୍ରେସ୍କୋଡ୍ ବ୍ୟବସ୍ଥା କରିବା ଓ ଯାତାୟାତ ଖର୍ଚ୍ଚ ପ୍ରଦାନ କରିବା ପ୍ରଭୃତି ଦାବି ନେଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭାରତୀୟ ମଜଦୁର ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ, ଡେପୁଟୀ ଜେନେରାଲ ସେକ୍ରେଟାରି ସାନ୍ତନୁ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାସ, ବସନ୍ତ ସାହୁ, ସାଧାରଣ ସମ୍ପାଦିକା ପ୍ରତିମା ସାମଲ, ସଭାନେତ୍ରୀ କମଳା ବେହେରା, କୋଷାଧ୍ୟକ୍ଷା ମମତା ମହାନ୍ତି, ଉପସଭାନେତ୍ରୀ ସ୍ବପ୍ନାରାଣୀ ମିଶ୍ର ପ୍ରମୁଖ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ବିଭିନ୍ନ ଦାବି ନେଇ ଲୋୟର ପିଏମ୍ଜିରେ ଆଶାକର୍ମୀଙ୍କ ବିକ୍ଷୋଭ
/sambad/media/post_attachments/wp-content/uploads/2020/02/asha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)