ବର୍ଷାରେ ଭିଜି ଗର୍ଜିଲେ ଆଶା କର୍ମୀ

ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ

ଭୁବନେଶ୍ୱର : ଆଶା କର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ମାସିକ ଅଠର ହଜାର ଟଙ୍କା ଦରମା, ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌, ପେନ୍‌ସନ୍‌ ଓ ବୀମା ଲାଗୁ କରିବା, ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଦରମା ପ୍ରଦାନ ଆଦି ଦାବି ନେଇ ଆଜି ସିଆଇଟିୟୁ ଅନୁବନ୍ଧିତ ଓଡ଼ିଶା ଆଶା କର୍ମୀ ସଂଘ ବିଧାନସଭା ସମ୍ମୁଖରେ ଗର୍ଜିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଜାରି ରହିବ ବୋଲି ସଂଘ ସରକାରଙ୍କୁ ଚେତାବନୀ ଦେଇଛି।

ଆଜି ଶହ ଶହ ସଂଖ୍ୟାରେ ଆଶାକର୍ମୀ ମାଷ୍ଟର କ୍ୟାଣ୍ଟିନ ଛକରୁ ସଭାପତି ରାଧାରମଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ଲଗାଣ ବର୍ଷାକୁ ଖାତିର ନକରି ଆଶାକର୍ମୀମାନେ ବର୍ଷାରେ ଭିଜି ଭିଜି ନିଜ ଅଧିକାର ଦାବି କରିଥିଲେ। ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସିଆଇଟିୟୁ ରାଜ୍ୟ ସଭାପତି ଲମ୍ବୋଦର ନାୟକ, ସଂଘର ରାଜ୍ୟ ସମ୍ପାଦିକା ନଳିନୀ ସାହୁ, ସୀତାରଣୀ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରତିବାଦ ସଭା ପରେ ଦାବି ପୂରଣ ନେଇ ମିସନ୍‌ ନିର୍ଦେଶକଙ୍କ ସହ ଆଲୋଚନା ବିଫଳ ହୋଇଥିବାରୁ ଏହି ଅହୋରାତ୍ର ଧାରଣା ଜାରି ରହବି ବୋଲି ସଂଘ କହିଛି।

ସମ୍ବନ୍ଧିତ ଖବର