ପଡିଆ : ଆଜି ଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକର ବିଭିନ୍ନ ବୁଥରେ ମତଦାନ ପାଇଁ ଜମିଥିଲା ଭୋଟରଙ୍କ ଭିଡ଼। ପ୍ରବଳ ଗରମ ସତ୍ତ୍ବେ ମତଦାନ ପାଇଁ ଭୋଟର ମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ମତଦାନ କେନ୍ଦ୍ର ଗୁଡିକରେ ପ୍ରଶାସନ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଅନ୍ୟପଟେ ଭୋଟରଙ୍କ ଶୋଷ ମେଣ୍ଟାଇବା ପାଇଁ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ନିୟୋଜିତ ୧୧୦ଜଣ ଆଶାକର୍ମୀ ଭୋଟରଙ୍କୁ ଓଆରଏସ ପାଣି ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ଏହା ପିଇବା ଭୋଟର ମାନେ ଆଶ୍ବସ୍ତି ଲାଭ କରିଥିଲେ।
ଓଆର୍ଏସ ପାଣି ବାଣ୍ଟିଲେ ଆଶାକର୍ମୀ
/sambad/media/post_attachments/wp-content/uploads/2019/04/kurli-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)