ସିବିଆଇ ଦ୍ବାରା ଗିରଫ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଏସ୍‌ସିବିରେ ଭର୍ତ୍ତି

କଟକ : ସିବିଆଇ ଦ୍ବାରା ଗିରଫ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗର ଭର୍ତ୍ତି କରାଯାଇଛି। ଟ୍ରମା ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ଆବଶ୍ୟକ ଚିକିତ୍ସା ଚାଲିଛି। ତେବେ ଆଶୀର୍ବାଦଙ୍କ ଚିକିତ୍ସା ନେଇ କୌଣସି ମେଡିକାଲ ଟିମ୍‌ ଗଠନ କରାଯାଇ ନଥିବା ଏସ୍‌ସିବି ପକ୍ଷରୁ କୁହାଯାଇଛି। ଯଦି ଆବଶ୍ୟକ ପଡେ ତେବେ ମେଡିକାଲ ଟିମ୍‌ ଗଠନ କରାଯିବ। ଅସ୍ଥିଶଲ୍ୟ ବିଭାଗ ଅଧୀନରେ ତୃତୀୟ ମହଲାରେ ଟ୍ରମା ୟୁନିଟ୍‌ର ୧ନମ୍ବର ବେଡ଼୍‌ରେ ଆସୋସିଏଟ୍‌ ପ୍ରଫେସର ଅତନୁ ମହାନ୍ତିଙ୍କ ୟୁନିଟ୍‌ରେ ଭର୍ତ୍ତି ହୋଇଥିବା ଜଣା ପଡିଛି। ଆସନ୍ତାକାଲି ଓସିଏ ନିର୍ବାଚନ ଥିବାବେଳେ ତାର ଠିକ୍‌ ଦିନକ ପୂର୍ବରୁ ଆଶୀର୍ବାଦ ଏସ୍‌ସିବିରେ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କ୍ୟାପିଟାଲ ହସ୍ପିଟାଲରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ଏସ୍‌ସିବି ଅଣାଯାଇ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ରଖାଯାଇଛି।

ସମ୍ବନ୍ଧିତ ଖବର