ଦକ୍ଷିଣ ଆଫ୍ରିକାର ପର୍ବତାରୋହଣ କରିବେ ଆଶୀର୍ବାଦ

ଅତାବିରା :ବରଗଡ଼ ଜିଲ୍ଲା ଅତାବିରା ବ୍ଳକ କୁଲୁତାଟିକ୍ରା ପଂଚାୟତ ଗାନ୍ଧୀଟିକ୍ରାର ଆଶିର୍ବାଦ ମହାପାତ୍ର, ଅନୁପ(୨୪) ଦକ୍ଷିଣ ଆଫ୍ରିକାର ୫୮୯୫ ମିଟର ଉଚ୍ଚ କିଲିମାନଜେରା ପର୍ବତ ଚଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥି ପାଇଁ ଜବାହାର ଇଷ୍ଟିଚୁଟ୍ ଅଫ୍ ମାଉଟେନିଂ ଏଣ୍ଡ ୱିଣ୍ଟର ସ୍ପୋର୍ଟସ୍, ଜମ୍ମୁ ଓ କାଶ୍ମୀର ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହା ପରେ ସେ ଆଫ୍ରିକା ଯିବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏଥି ପାଇଁ ନୂଆଁଖାଇ ସାରିଲା ପରେ ଶନିବାର ସେ ଜାମ୍ମୁ ଓ କାଶ୍ମୀର ଯାତ୍ରା ଆରମ୍ଭ କରିବେ।

ଆଶିର୍ବାଦ ଏହା ପୂର୍ବରୁ ଓଡ଼ିଶାର ବହୁ ପାହାଡ଼, ପର୍ବତ ଚଢ଼ିବା ସହ ଉଟିର ସ୍ଲିପିଂ ଲେଡ଼ି ମାଉଣ୍ଟେନ ଓ ଉତ୍ତରାଖଣ୍ଡର ରୁଦୁଗେରା ଓ କେଦାରନାଥର କେଦାରକୁଣ୍ଡ ପାର୍ବତ୍ୟ ଶୃଙ୍ଗ ଚଢ଼ିବାରୁ ୨୦୧୭ ଓ ୨୦୧୮ରେ ସଫଳତା ଆଣିଛନ୍ତି। ତାଙ୍କ ବାପା ରାମନାରାୟଣ ମହାପାତ୍ର କଂସାରୀ ବ୍ୟବସାୟ କରୁଥିବା ବେଳେ ନିମ୍ନ ମଧ୍ୟବିତ୍ତ ହୋଇଥିବାରୁ ଆଫ୍ରିକା ଗସ୍ତ ପାଇଁ ୨ରୁ ୩ ଲକ୍ଷ ଟଙ୍କା ଲାଗିବ। ଏଥି ପାଇଁ ଅର୍ଥ ବାଧକ ଥିବାରୁ ଆଶିର୍ବାହ ପ୍ରୟୋଜକ ନେଇ ବିଭିନ୍ନ ଅନୁଷ୍ଠାନରେ ଆବେଦନ କରିଛନ୍ତି। ପ୍ରଶିକ୍ଷଣ ପରେ ପ୍ରୟୋଜକ ହେଲେ ସେ ଦକ୍ଷିଣ ଆଫ୍ରିକା ଯାତ୍ରା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର