ଅଟଳ ପୁରସ୍କାର ପାଇବେ ଅଶୋକ ଓ ଅର୍ପିତା

ରାଉରକେଲା : ଜାତୀୟ ପ୍ରଶିକ୍ଷକ ଅଶୋକ ପ୍ରସାଦ ଓ ଆନ୍ତର୍ଜାତିକ ଆଥଲେଟ୍‌ ଅର୍ପିତା ପରିଡା ପାଇବେ ଜାତୀୟ ଅଟଳ ରତ୍ନ ପୁରସ୍କାର। ଶନିବାର ଦିନ ଗୋଆର ମାଡ଼ଗାଁରେ ନିରାଡ଼ମ୍ବର ପରିବେଶ ଭିତରେ ସରକାରୀ କୋଭିଡ ନିୟମ ଅନୁଯାୟୀ ଅଶୋକ ଓ ଅର୍ପିତାଙ୍କୁ ମିଳିବ ଅଟଳ ରତ୍ନ କ୍ରୀଡା ପୁରସ୍କାର। ପୁରସ୍କାର ପାଇବାରେ ଅଶୋକ ଓ ଅର୍ପିତା ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଖେଳାଳୀ ଓ କୋଚ୍।

ଅର୍ପିତା ଚଳିତ ମାସ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ଯୁବଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ୧୯ ବର୍ଷରୁ କମ୍‌ ଵର୍ଗରେ ଡିସକସ୍‌ ଥ୍ରୋରେ ଭାଗନେଇ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଅର୍ପିତା ଓ ଅଶୋକ ଏବେ ପାନପୋଷ କ୍ରୀଡା ସଙ୍ଗଠନର ଆଜୀବନ ସଦସ୍ୟ ଅଛନ୍ତି।

ଅଶୋକ ଓ ଅର୍ପିତାଙ୍କୁ ଅଟଳ ପୁରସ୍କାର ମିଳୁଥବାରୁ ସଙ୍ଗଠନର ସଭାପତି ରଶ୍ମିତ ସାହାଣୀ, କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ, ଉପସଭାପତି ମହେନ୍ଦ୍ର ମିଶ୍ର, ନିଖିଳ ପ୍ରଧାନ, କେ ରାଜେଶ୍ୱରୀ , ବିଜୟ ବଡାଇକ, ସଙ୍ଗଠନର ସମ୍ପାଦକ ସତ୍ୟନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ସୁଚିତ୍ରା ଦାସ, ଯୁଗ୍ମ ସମ୍ପାଦକ ଶଙ୍କର ଆବୁନିଙ୍କ ସମେତ ଧୀରେନ ଦାସ, ସ୍ଵାଗତିକା ମହାନ୍ତି, ଏମ୍‌ମଧୁର ବାଣି , ଗୀତାଞ୍ଜଳି ଟପ୍ପୋ , ଅଞ୍ଜଳି ଦାସ ,ସୁମନ ରାଓ , ଦିଲୀପ ସୁନିୟନି, ଗୋପୀନାଥ ପଣ୍ଡା, ଏନ ସି ସାହୁ ଓ ସୁସ୍ମିତା ଚାରଦିଆ ପ୍ରମୁଖ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତ୍ତୋତ୍ତର କାମନା କରିଛନ୍ତି।

ସମ୍ବନ୍ଧିତ ଖବର